ବ୍ରହ୍ମଗିରିରେ ‘ନଶାମୁକ୍ତ ଯୁବ – ବିକଶିତ ଭାରତ’ ଯୁବ ସଂଯୋଗ କାର୍ଯ୍ୟକ୍ରମ
ପୁରୀ, ୧୮/୦୯/୨୦୨୬: ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟ ସେବନର କୁପ୍ରଭାବ ସମ୍ପର୍କରେ ସଚେତନ କରିବା ସହ ନିଶାମୁକ୍ତ ସମାଜ ଗଠନରେ ଯୁବବର୍ଗଙ୍କ ଭୂମିକାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ମାଇ ଭାରତ, ପୁରୀ ପକ୍ଷରୁ ବ୍ରହ୍ମଗିରିସ୍ଥିତ ଅତିବଡ଼ୀ ଜଗନ୍ନାଥ ଦାସ ମହାବିଦ୍ୟାଳୟ ପରିସରରେ ‘ନଶାମୁକ୍ତ ଯୁବ – ବିକଶିତ ଭାରତ’ ଯୁବ ସଂଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ଓ ଯୁବବର୍ଗ ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମରେ ଅତିବଡ଼ୀ ଜଗନ୍ନାଥ ଦାସ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦ୍ୱାରିକାନାଥ ବିଶ୍ୱାଳ, ମାଇ ଭାରତ, ପୁରୀର ଜିଲ୍ଲା ଯୁବ ଅଧିକାରୀ ଶ୍ରୀମତୀ ସୁଶ୍ରୀ ସଙ୍ଗୀତା ମହାପାତ୍ର ଏବଂ ୟୁଥ୍ ଆଇକନ୍ ଶ୍ରୀ ମୁରଲୀ ମନୋହର ସିଂହ ଅତିଥି ଭାବେ ଯୋଗଦେଇ ଯୁବପିଢ଼ିଙ୍କୁ ନିଶାମୁକ୍ତ ଜୀବନ ଆପଣାଇବା ସହ ଦେଶ ଗଠନରେ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ ଜଣାଇଥିଲେ।ଏହି ଅବସରରେ ୧୫ରୁ ୨୯ ବର୍ଷ ବୟସର ଯୁବବର୍ଗ ମାଇ ଭାରତ ପୋର୍ଟାଲ ମାଧ୍ୟମରେ ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ୍ କୁଇଜ୍ରେ ଅଂଶଗ୍ରହଣ କରିଥିଲେ। ଯୁବପିଢ଼ିଙ୍କ ମଧ୍ୟରେ ନିଶାଦ୍ରବ୍ୟ ବିରୋଧୀ ସଚେତନତା ସୃଷ୍ଟି ଏବଂ ନିଶାମୁକ୍ତ ଭାରତ ଗଠନରେ ଯୁବବର୍ଗଙ୍କ ଦାୟିତ୍ୱ ସମ୍ପର୍କରେ ଏକ ସଚେତନତାମୂଳକ ଉପସ୍ଥାପନା ପ୍ରଦାନ କରାଯାଇଥିଲା।

ଏଥିସହ ‘ନଶାମୁକ୍ତ ଯୁବ – ବିକଶିତ ଭାରତ’ ସମ୍ପର୍କିତ ଏକ ସଚେତନତାମୂଳକ ଭିଡିଓ ପ୍ରଦର୍ଶିତ ହୋଇଥିଲା।କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଅତିଥି, ଛାତ୍ରଛାତ୍ରୀ ଓ ମାଇ ଭାରତ ସ୍ୱେଚ୍ଛାସେବୀମାନେ ସାମୂହିକ ଭାବେ ‘ନଶାମୁକ୍ତ ଯୁବ’ ଶପଥ ଗ୍ରହଣ କରିଥିଲେ। ନିଶାଦ୍ରବ୍ୟରୁ ଦୂରେଇ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ଏଥିପାଇଁ ସଚେତନ କରିବା ନିମନ୍ତେ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ। ପରେ ଜାତୀୟ ସଙ୍ଗୀତ ପରିବେଷଣ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା।
