ବେଳାଭୂମି ସଫେଇ ଅଭିଯାନ।

ପୁରୀ ୧୮/୯ ସମୁଦ୍ର ଏକ ପବିତ୍ର ସ୍ଥଳ।ସମୁଦ୍ର,ସମୁଦ୍ର କୂଳ ସେହିପରି ସୌନ୍ଦର୍ଯ୍ୟ ଓ ଆକର୍ଷଣ ର କେନ୍ଦ୍ର ହୋଇଥାଏ।ହଜାର ହଜାର ପର୍ଯ୍ୟଟକ ସେଥିପାଇଁ ଦୈନିକ ସମୁଦ୍ର କୂଳରେ ପହଞ୍ଚିଥାନ୍ତି।ସମୁଦ୍ର ଙ୍କୁ ମଧ୍ୟ ମହାପ୍ରଭୁ ଙ୍କ ଶଶୁରଙ୍କ ଘର ବୋଲି କୁହାଯାଏ।ଏହି ପବିତ୍ରତା ପାଇଁ ସମୁଦ୍ର ଆଳତୀ ମଧ୍ୟ ଅନୁଷ୍ଠିତ ହୋଇଥାଏ।

ତେଣୁ ଏହାକୁ ସ୍ବଛ ଓ ସୁରକ୍ଷିତ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ଆହ୍ୱାନ ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ।ଆଜି ପୁରୀ ଷ୍ଟ୍ରଲିଂ ନିକଟ ସମୁଦ୍ର କୂଳରେ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଥିଲା।ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସେଠୀ ଓ ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ ଙ୍କ ତତ୍ବାବଧାନ ରେ ସ୍ବଛ ସାଗର, ସୁରକ୍ଷିତ ସାଗର ଅଭିଯାନର ଅଂଶବିଶେଷ ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଶିକ୍ଷକ, ଶିକ୍ଷୟତ୍ରୀ ,ଛାତ୍ରଛାତ୍ରୀ ଓ ତାଜ ହୋଟେଲ ର କର୍ମଚାରୀ ମାନେ ଯୋଗ ଦେଇଥିଲେ। ଷ୍ଟ୍ରଲିଂ ଛକ ଠାରୁ ତାଜ ହୋଟେଲ ପର୍ଯ୍ୟନ୍ତ ଏହି ସ୍ବଛତା ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *