ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ

Date-01/09/26*ଉତ୍ତରାଖଣ୍ଡର ହିଲଦ୍ବାନି ଠାରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ତାଙ୍କ ଜାତି କୁ ଆକ୍ଷେପ କରି କରାଯାଇଥିବା ଅପମାନ ରେ ସଂସ୍ଲିଷ୍ଟ ଥିବା ବ୍ୟକ୍ତି ମାନଙ୍କୁ ତୁରନ୍ତ ଗିରଫ କରିବା ଓ ଲୋକସଭା ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ଙ୍କ ବିରୋଧରେ ଓଲଟା ରୁଜୁ ହୋଇଥିବ ମିଥ୍ୟା ମକଦମା କୁ ପ୍ରତିବାଦ କରି ଆଜି ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ଦେବ ପ୍ରସାଦ ନାୟକ ଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ମାନେ ଏକ ଅଭିନବ ଉପାୟରେ ହାତ ରେ ପ୍ରତିକାତ୍ମକ ହ୍ୟାଣ୍ଡକପ ଏବଂ ବେକରେ *ଯଦି ରାହୁଲ ଗାନ୍ଧୀ କୁଂ ଗିରଫ କରିବ ତେବେ ଆମକୁ ବି ଗରିଫ କର* ଜର୍ସି ପକାଇ ଟାଉନ ହଲ ଛକ ଠାରୁ ଶୋଭାଯାତ୍ରା ରେ ବାହାରି ଆରକ୍ଷୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ପାରାଦ୍ବୀପ କଂଗ୍ରେସ ନେତା ନିରଞ୍ଜନ ନାୟକ , ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଶାନ୍ତ ଦାସ , ମହମ୍ମଦ ଅବଦୁଲ ଓ୍ବାହିଦ , ଅଶ୍ବିନୀ ସ୍ବାଇଁ , ସାଧାରଣ ସମ୍ପାଦକ ବିଦ୍ଯାଧର ବାରିକଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *