ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ପୁରୀ ୨୫/୯ ଅକ୍ଟୋବର ୨ ତାରିଖରେ ପୁରୀ ଜିଲ୍ଲା ସ୍ତରୀୟ ଗାନ୍ଧିଜୀଙ୍କ ୧୫୭ ତମ ଓ ଶାସ୍ତ୍ରୀଜୀ ଙ୍କ ୧୨୨ ତମ ଜୟନ୍ତୀ ପାଳିତ ହେବ।ଏହାକୁ ଶାନ୍ତିଶୃଙ୍ଖଳା ର ସହ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଆଜି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିବା ସହ ଦୁଇ ମହାପୁରୁଷଙ୍କ ଜୟନ୍ତୀ କୁ ସୁଚାରୁରୂପେ ଓ ଶୃଙ୍ଖଳିତ ଭାବେ ପାଳନ କରିବାକୁ ଯେଉଁ ବିଭାଗ କୁ ଯେଉଁ ଦାୟିତ୍ୱ ଦିଆଯାଉଛି ତାହାକୁ ନିଷ୍ଠାର ସହ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ।ବିସ୍ତୃତ ଆଲୋଚନା ପରେ ନିଷ୍ପତ୍ତି ନିଆଗଲା ଯେ ଗାନ୍ଧୀ ଜୟନ୍ତୀ ଦିନ ଅର୍ଥାତ ଅକ୍ଟୋବର ୨ ତାରିଖ ଦିନ ପ୍ରତ୍ୟୁଷ ୪.୩୦ ରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସହର ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାମଧୂନ ପରିବେଷଣ କରାଯିବ।ସକାଳ ୭.୩୦ ଘଟିକା ରେ ଗାନ୍ଧୀଘାଟ ଠାରେ ମହାତ୍ମାଗାନ୍ଧୀ ଙ୍କ ପ୍ରତମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ।ପରେ ପରେ ସଦଭାବନା ସଭାଗୃହ ଠାରେ ସର୍ବଧର୍ମ ପ୍ରାର୍ଥନା ସଭା ଓ ଜୟନ୍ତୀ ସଭା ଅନୁଷ୍ଠିତ ହେବ।ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଏହି ଅବସରରେ ପୁରସ୍କୃତ କରାଯିବା ସହ ମିଷ୍ଟାନ୍ନ ବଣ୍ଟନ କରାଯିବ।ପୁରୀ ମହାନଗର ନିଗମ ପକ୍ଷରୁ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତିକୁ ସଫା କରିବା ସହ ଉତ୍ସବ ସ୍ଥଳକୁ ସଫା ସୁତୁରା କରିବା, ୱ୍ବାଟକୋ ପକ୍ଷରୁ ପାନୀୟ ଜଳର ବ୍ୟବସ୍ଥା କରିବା, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଫୁଲ,ଧୂପ, ଦୀପ,ନିମନ୍ତ୍ରଣ ପତ୍ର,

ସାର୍ଟିଫିକେଟ,ଫଟୋ ଉତ୍ତୋଳନ, ଜଳଯୋଗ,ପୁରସ୍କାର ପାଇଁ ଟ୍ରଫି ଇତ୍ୟାଦି ବ୍ୟବସ୍ଥା କରାଯିବ।ବୈଠକରେ ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା,କ୍ରିଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଶିଶୁ ସୁରକ୍ଷା ର ଲିଗାଲ ତଥା ପ୍ରୋବେସନ ଅଧିକାରୀ ସନ୍ତୋଷ କୁମାର ସାହୁ,ସର୍ବୋଦୟ ମେଳା ସମିତି ର ସମ୍ପାଦକ ଶିବ ପ୍ରସାଦ ମିଶ୍ର,ୱ୍ବାଟକୋ ମ୍ୟାନେଜର ସୁଧାକର ନାଏକ,, ସମାଜ କଲ୍ୟାଣ ର ପ୍ରୋଗ୍ରାମ ଅଧିକାରୀ ସୁହାଗୀ ହେମ୍ବ୍ରମ,ସି ବିଚ ଥାନା ଏସ ଆଇ ସନ୍ତୋଷ କୁମାର ସିଂହ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ପ୍ରାରମ୍ଭରେ ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ୱାଗତ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *