ଆନନ୍ଦପୁର ମହାବିଦ୍ୟାଳୟ ରେ ଇଂରାଜୀ ବିଭାଗ ର ସ୍ୱାଗତ ସଭା
ଆନନ୍ଦପୁର ମହାବିଦ୍ୟାଳୟ ର ଏକ ଇଂରାଜୀ ବିଭାଗ ରେ ନବାଗତ ମାନଙ୍କୁ ସ୍ୱାଗତ ଜଣାଇବା ପାଇଁ ନୂତନ ସମ୍ମିଳନୀ କକ୍ଷରେ ବିଭାଗ ର ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଦୁର୍ଗା ଶଙ୍କର ପରିଡା ଙ୍କ ସଭାପତିତ୍ୱ ରେଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲାମୁଖ୍ୟ ଅତିଥି ଭାବେ ଅଧକ୍ଷ ଡକ୍ଟର ଦେବେନ୍ଦ୍ର ନାରାୟଣ ପତ୍ରି ଯୋଗ ଦେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେଓ ପାଠ ପଢି ଭଲ ମଣିଷ ହେବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେସର୍ବ ପ୍ରଥମେ ପୁଷ୍ପଲତା ରାମ ଜଗନ୍ନାଥ ଙ୍କ ଭଜନ ପରିବେଷଣ କରିଥିଲେବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ପରିଡା ସ୍ୱାଗତ ଭାଷା ପ୍ରଦାନ କରିଥିଲେସମ୍ମାନିତ ଅତିଥି ଭାବେ ଡକ୍ଟର ନିମାଇଁ ଚାରଣ ରାଉତ,ପ୍ରଫୁଲ୍ଲ କୁମାର ପଣ୍ଡା,ସୂର୍ଯ୍ୟମଣି ଜେନା,ନିହାରିକା ପ୍ରିୟ ଦର୍ଶିନି ପାତ୍ର,ସୁଲୋଚନା ସାହୁ ପ୍ରମୁଖ ଉପସ୍ଥିତ ଥିଲେଛାତ୍ରୀ ଅର୍ଚ୍ଚନା ସାହୁ,ଐଶ ର୍ୟା ପ୍ରିୟଦର୍ଶିନୀ ଜେନା ସଭା ସଂଯୋଜନା କରିଥିଲେଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇଥିଲା
