କାଶଂବାଶଂ ନଦୀରେ ବୃହତ ବନ୍ୟା ପରିସ୍ଥିତି ଆଶଙ୍କା, ନଦୀ କୂଳିଆବାସୀ ଓ ଚାଷୀ ଚିନ୍ତାରେ !

ସୋର ୨୫/୦୯ , କାଶଂବାଶଂ ନଦୀରେ ଏ ବର୍ଷର ବୃହତ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ହେଉଛି। କାରଣ ଚଳିତ ବର୍ଷ ବନ୍ୟା, ବାତ୍ୟା ଓ ବର୍ଷା କମିବା ରେ ନାଁ ଧରୁ ନାହିଁ। ବିଶେଷକରି ଉପର ମୁଣ୍ଡରେ ଯଥା ଖଇରା , ଔପଦା ବ୍ଲକ ରେ ୫ ଦିନ ଧରି ଲଗାଣ ବର୍ଷା ହେବା, କୁପାରି ଶୁଆଶାରୀ ପାହାଡ଼ ରେ ବର୍ଷା ପାଇଁ ଅତଡ଼ା ଖସିବା ସହିତ କାଶଂବାଶଂ ନଦୀ କୂଳିଆ ସୋର ଓ ସିମୁଳିଆ ବ୍ଲକ ରେ ଶହ ଶହ ଗ୍ରାମ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସବିରା ପଞ୍ଚାୟତ ର ଧାନବର ଖୁଣ୍ଟା, ଧଅଳି, ବାଉଁଶ ଖୁଣ୍ଟା , ଦାଣ୍ଡପଳସା, ଚାଳିଶ ମାଡ଼ ଗ୍ରାମ ସହିତ ତଳନଗର ପଞ୍ଚାୟତ ର ବ୍ରାହ୍ମଣ ସବିରା, ବେଲ ସବିରା, ସୁନାରି, ପଦନପଡା , ସାଲମପୁର ସହିତ ଅନ୍ୟ ଗ୍ରାମ ଗୁଡ଼ିକ

ଜଳମଗ୍ନ ହୋଇଯାଇଥିବା ଦେଖିବାକୁ ମିଳିଛି। ଏହା ସହିତ ସାଜନପୁର, ବାରିପଦା ପଞ୍ଚାୟତର ଅନେକ ଗାଁ ମଧ୍ୟ ଜଳମଗ୍ନ ହୋଇଯାଇଥିବା ଜଣାପଡ଼ିଛି। ଏହି ବନ୍ୟା ହେଉଛି ବର୍ଷର ସପ୍ତମ ବନ୍ୟା । କିନ୍ତୁ ଚାଷୀ କୁଳ ବର୍ତ୍ତମାନ ଚିନ୍ତା ପ୍ରକଟ କରିଛନ୍ତି କାରଣ ତଳି ପକାଇବା ପାଖରୁ ଏପର୍ଯ୍ୟନ୍ତ ଚାଷୀ ମାନେ ଚାଷ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉ ଚାଷ କରିଛନ୍ତି। କିଛି କ୍ଷେତରେ ପାଣି ପଶିଛି ବଡ଼ ଧରଣର ବନ୍ୟା ପରିସ୍ଥିତି ହେଲେ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ଆଶଙ୍କା ରହିଛି। ତେଣୁ ଚାଷୀ ମାନେ ସରକାର ଙ୍କୁ ଦାବି କରିଛନ୍ତି ଚାଷର କ୍ଷୟକ୍ଷତି ପାଇଁ ସରକାର ଙ୍କ ସହାୟତା ପ୍ରଦାନ କରିବାକୁ।

Leave a Reply

Your email address will not be published. Required fields are marked *