ଧର୍ମଶାଳା ବିଜେପି ପକ୍ଷରୁ ମିଶ୍ରଣ ପର୍ବ

ଧର୍ମଶାଳା ବିଜେପି ପକ୍ଷରୁ ମିଶ୍ରଣ ପର୍ବ,,,, ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ ରାକେଶ ନାୟକଙ୍କ ସମେତ ବହୁ ସମର୍ଥକ ଧର୍ମଶାଳା = ଧର୍ମଶାଳା ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁବିଧାୟକ ହିମାଂଶୁ ଶେଖର ସାହୁ ଙ୍କ ଭୁବନେଶ୍ୱର କ୍ୱାଟରଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଶ୍ରୀ ସାହୁଙ୍କ ଉପସ୍ଥିତିରେ ଧର୍ମଶାଳାର ସମାଜସେବୀ ତଥା ବିଜେଡିର ପୂର୍ବତନ ରାଜ୍ୟ ଯୁବ ଉପସଭାପତି ଏବଂ ଯାଜପୁର ଜିଲ୍ଲାର ପୂର୍ବତନ ବିଜେଡି ଯୁବ ଉପସଭାପତି ରାକେଶ କୁମାର ନାୟକ ତାଙ୍କ ସହକର୍ମୀମାନଙ୍କ ସହ ବିଜେଡି ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି।ଏହି ଅବସରରେ ଶ୍ରୀ ରାକେଶ କୁମାର ନାୟକ ଓ ତାଙ୍କ ସମର୍ଥକ ମାନେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ, ସୁଶାସନ ଓ ବିକାଶମୂଳକ ନୀତି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ବିଜେପିରେ ସାମିଲ ହୋଇଥିବା କହିଛନ୍ତି।ଏବଂ ବିଧାୟକ ଶ୍ରୀ ଲିକୁ ସାହୁ ଙ୍କ ଜନ ହିତକର କାର୍ଯ୍ୟକ୍ରମ କୁ ସମର୍ଥନ କରି ବିଜେପିରେ ହେଲୁ l ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ ନବାଗତମାନଙ୍କୁ ଦଳରେ ସ୍ୱାଗତ ଜଣାଇବା ସହ ଧର୍ମଶାଳାର ବିକାଶ ଓ ଜନସେବା କ୍ଷେତ୍ରରେ ସମସ୍ତଙ୍କ ସହଯୋଗର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ।ଏହି ମିଶ୍ରଣ ପର୍ବ ଧର୍ମଶାଳାରେ ବିଜେପି ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ଆଗାମୀ ଦିନରେ ଦଳୀୟ ସଂଗଠନ ଓ ଜନସେବା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବାରେ ସହାୟକ ହେବ ବୋଲି ବିଧାୟକ ଶ୍ରୀ ସାହୁ ଏବଂ ଦଳୀୟ ନେତୃବୃନ୍ଦ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *