ଶରତ ଆସିଛି
“ଶରତ ଆସିଛି”
ରଜନୀକାନ୍ତ ରଥ,ରାଜନଗର, କେନ୍ଦ୍ରାପଡ଼ା।
ବର୍ଷାର ଘନଘଟା ପରେ
ଶରତ ଆସିଛି ଧରଣୀ ବକ୍ଷକୁ।
ଶ୍ୟାମଳୀମା ବିରାଜିଛି କ୍ଷେତରେ
ନଦୀ ପଠା ଶୋଭୁଛି କାଶତଣ୍ଡିରେ
ନଦୀର ଜଳ ସ୍ୱଚ୍ଛ ଓ ନିର୍ମଳ
ସତେ ଯେପରି ନୀଳଜଳରାଶି।
ନୀଳ ଆକାଶରେ ଶରତ ର ଜହ୍ନ
ନିଏ ମନ ମୋହି ସଭିକଂର।
ସକାଳ ର କାକରରେ ସୂର୍ଯ୍ୟ ରଶ୍ମି
ପଡ଼ି ସୃଷ୍ଟି କରିଛି ମୁକ୍ତାର ଭ୍ରମ।
ଧରଣୀ ବକ୍ଷ କୁ ଆଗମନ କରିବେ
ଜଗତ ଜନନୀ ମା ଦୁର୍ଗା।
ପଲ୍ଲୀ ଠାରୁ ସହର ସବୁଠି ଚଞ୍ଚଳ
ସ୍ଵାଗତ କରିବେ ମା ଦଶଭୁଜା।
କୁମାରୀ ମନ ଆନନ୍ଦ ପାଳିବେ ସେ
କୁମାରପୂର୍ଣ୍ଣିମା ଭଲବରଟିଏ ପାଇଁ।
