ନୁହେଁ କି ?
ନୁହେଁ କି ?
—–✍️ ଚିନ୍ମୟୀ ସାହୁ।
ସଖା ଗୋ ,,,
ଏଇ ଦେଖ ହାତମୁଠାରୁ ବାଲି ଖସି ଖସି ଗଲା ପରି ସମୟଟା ଖସି ଯାଉଛି ହାତରୁ
ବୟସଟା ବଢ଼ି ଯାଉଛି ଅମା ଅନ୍ଧାର ରାତି ପରି
ଶରୀରଟା ଦିନକୁ ଦିନ ହେଇଯାଉଛି କ୍ଳାନ୍ତ , ଅଣାୟତ୍ତ
ଆଉ ଏସବୁ ସାମର୍ଥ୍ୟ ବାହାରେ ଦେଖି ନିରୁପାୟ ମନଟା
ହେଇଯାଉଛି ବିତୃଷ୍ଣ ବିଷାଦଗ୍ରସ୍ତ
ସତରେ .. ଯଉବନ ବଳରେ ଯେତେବେଳେ କେହି ସର୍ବସାମର୍ଥ୍ୟ ଭାବିବାର ଭ୍ରମ ମନରେ ପୋଷଣ କରିବାର ମୁଁ ଦେଖୁଛି
ମନକୁ ମନ ଦୟା ଲାଗୁଛି ତା’ର ମୂର୍ଖତା ପାଇଁ
ଯଉବନ କ’ଣ ନ ଥିଲା ନେପାଳର ସେ ବିପର୍ଯ୍ୟୟ ଗ୍ରସ୍ତ କୈାଣସିଟି ବି ବ୍ୟକ୍ତିର ?
ଅର୍ଥସାମର୍ଥ୍ୟ କ’ଣ ନ ଥିଲା ସେମାନଙ୍କ ମଧ୍ୟରୁ କାହାର ଜଣକର ବି ?
ବୁଦ୍ଧି ,କୈ।ଶଳ କ’ଣ କାହାର ବି ନଥିଲା ପାର ହେବାକୁ ସେ ପ୍ରାକୃତିକ ବିପତ୍ତିରୁ ?
ତଥାପି,,, !
ତଥାପି କାହିଁକି ସେମାନଙ୍କ ମଧ୍ୟରୁ କେହି ନିଜର ସାମର୍ଥ୍ୟର ପରାକାଷ୍ଠା ଦେଖାଇ ପାରିଲେନି ?
କାହିଁକି ହାରିଗଲେ ପ୍ରକୃତି କୋପରେ ଜୀବନ ଯୁଦ୍ଧରେ,,,?
କାହିଁକି ??
କାରଣଟା ଏଇଆ ଯେ ଆମେ ବି ଅନ୍ୟମାନଙ୍କ ଭଳି ନରକର କୀଟ।
ଆମ ଦୁନିଆରେ ଆମେ ନିଜକୁ ଭଗବାନ ବୋଲି ମାନିଲେ କ’ଣ ହେବ
ଆମ ଏ ଦୁନିଆ ବାହାରକୁ,
ବହୁ ଉପରକୁ ଯାଇ ଦୂରରୁ ଦେଖିଲେ
ଆମେ ବି କେଉଁ ନାଳ ନର୍ଦ୍ଦମାର କୀଟ ଭଳି ବୋଲି ବୁଝିପାରିବା।
ତେବେ କ’ଣ ପାଇଁ ବୃଥା ଅହଙ୍କାର !
କ’ଣ ପାଇଁ ବୃଥା ଆଲୋଚନା ,ସମାଲୋଚନା
ପରୀକ୍ଷା ,ନୀରିକ୍ଷା !
ଏତିକି କେବଳ ଆବଶ୍ୟକ ଯେ
ଯେତିକି ଦିନ ବଞ୍ଚିବା ଟିକେ ଆନନ୍ଦ ମନରେ ବଞ୍ଚିବା ।
ତେବେ କାହିଁକି ନା ସବୁ ଭୁଲି ଯାହା ଯେତିକି ଅଛି ସେତିକିରେ ନିଜେ ଖୁସିରେ ରହି
ଅନ୍ୟକୁ ଟିକେ ଖୁସି ବାଣ୍ଟିଦେବା !
ଯାହା ମିଳିଛି…. ଆମର ପ୍ରାପ୍ୟ
ଯାହା ହେଉଛି….. ଭଲ ହେଉଛି
ଯାହା ହେବ….. ଭଲ ପାଇଁ ହିଁ ହେବ
ଏଇଆ ତ ସତ୍ୟ,,
ବାକି ତ ସବୁ ମିଥ୍ୟା…ଅହମିକା !
ନୁହେଁ କି ?
ମୂଳିସିଂ, ସହର
ଜଗତସିଂହପୁର।
