ମା ଦୂଲ୍ଲାଦେଇ ଭାଗବତ ଟୁଙ୍ଗି ପକ୍ଷରୁ ଭାଗବତ ଜନ୍ମୋତ୍ସବ

ମା ଦୂଲ୍ଲାଦେଇ ଭାଗବତ ଟୁଙ୍ଗି ପକ୍ଷରୁ ଭାଗବତ ଜନ୍ମୋତ୍ସବ

କୋଣାର୍କ – କୋଣାର୍କ ନିକଟସ୍ଥ କୁରୁଜଙ୍ଗ ପଞ୍ଚାୟତ ଜମରା ଗ୍ରାମରେ ଥିବା ମା ଦୂଲ୍ଲାଦେଇ ଭାଗବତ ଟୁଙ୍ଗି ପକ୍ଷରୁ ଭାଗବତ ଜନ୍ମୋତ୍ସବ ପାଳିତ ହୋଇଯାଇଛି। ଓଡ଼ିଆ ଅସ୍ମିତା, ଧର୍ମ, ସଂସ୍କୃତି ଓ ପରମ୍ପରାକୁ ପୁର ପଲ୍ଲୀ ଓ ଗାଁ ଗଣ୍ଡାରେ ଉଜ୍ଜୀବିତ କରିବାକୁ ଯାଇ ଏହି ଉତ୍ସବ ଆଧ୍ୟାତ୍ମିକ ପରିବେଶରେ ପାଳନ କରାଯାଇଛି। ପୂଜାରୀ କବି ପାଢୀଙ୍କ ଦ୍ଵାରା ଭାଗବତ ଟୁଙ୍ଗିରେ ପୂଜାର୍ଚ୍ଚନା ସହ ଶ୍ରୀମଦ୍ ଭାଗବତ ବହି ପୁଜା ଓ ପଠନ କରାଯାଇଥିଲା । ପରେ ପରେ ମା ଦୂଲ୍ଲାଦେଇ ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ଦ୍ୱାରା ନାମ ସଙ୍କୀର୍ତ୍ତନ ଓ ଭଜନ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ସଭାପତି ଜଗବନ୍ଧୁ ବିଶ୍ଵାଳ, ସଂଯୋଜକ ଜ୍ଞାନ ରଞ୍ଜନ ବିଶ୍ଵାଳ, ପୁନା ବିଶ୍ୱାଳ, ଅକ୍ଷୟ ବିଶ୍ଵାଳ, ସତି ବିଶ୍ବାଳ, କବିତା ବିଶ୍ୱାଳ, ମିଲି ବିଶ୍ଵାଳ, ସୁଲୋଚନା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *