ବାତ୍ୟା ଅର୍ଣ୍ଣବର ପ୍ରକୋପ
ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀରେ ବାତ୍ୟା ଅର୍ଣ୍ଣବର ପ୍ରଭାବ। ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି।ନାରାୟଣପାଟଣା ବ୍ଲକ ମାଣ୍ଡିଆଗୁଡ଼ା ନିକଟରେ ଗଛ ପଡ଼ି ନାରାୟଣପାଟଣା–ବନ୍ଧୁଗାଁ ରାସ୍ତାରେ ଯାତାୟାତ ଠପ୍ ହୋଇଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଉପରେ ପଡ଼ିଥିବା ଗଛକୁ କାଟି ସଫା କରିଥିଲା। ଫଳରେ ଏବେ ନାରାୟଣପାଟଣାରୁ ବନ୍ଧୁଗାଁ ମଧ୍ୟରେ ଯାତାୟାତ ସ୍ୱାଭାବିକ ହୋଇଛି।ସେହିପରି କୋରାପୁଟ–ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥର ଛୋଟାଗୁଡ଼ା ବ୍ରିଜ୍ ନିକଟରେ ମଧ୍ୟ ରାସ୍ତା ଅବରୋଧ ହୋଇଥିବା ଜଣାପଡ଼ିଛି। ପ୍ରବଳ ବର୍ଷା ଓ ପବନ ଯୋଗୁଁ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି।
