ଦି ପୁରୀ ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ନିଃ, ପୁରୀ ୮୧ ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ କରାଯାଇଛି

. ୨୬.୦୯.୨୦୨୬ ରିଖ ଶନିବାର ଅପରାହ୍ନ ୪.୦୦ ଘଟିକା ସମୟରେ ଦି ପୁରୀ ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ଲିଂ, ପୁରୀର ୮୧ ତମ ବାର୍ଷିକ ସାଧାରଣ ସଭା ପରିଚାଳନା ପରିଷଦର ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କ ଉପସ୍ଥିତିରେ ସଲାପତି ଶ୍ରୀ ଗୁଣଧର ଦାସମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲାଉପସ୍ଥିତ ସଭ୍ୟସଭ୍ୟାମାନଙ୍କୁ ବ୍ୟାଙ୍କ ଉପରେ ଏକ ସଂକ୍ଷୀଷ୍ମ ବିବରଣୀ ପ୍ରଦାନ କରି କହିଥଲେ ଯେ ସୁଧଖୋର ସାହୁକାର ମାନଙ୍କ ହଇରାଣରୁ ଗରିବ ଓ ନିଷ୍ପେସିତ ଲୋକମାନଙ୍କୁ ରକ୍ଷା କରିବା ପାଇଁ ଏହି ଦି ପୁରୀ ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ନିଃ, ସନ୍‌ ୧୯୪୫ ମସିହାରେ ମାତ୍ର ଟ ୩,୦୦୦/- (ତିନି ହଜାର ଟଙ୍କା) ମାତ୍ର ମୂଳଧନରେ ୪୦ ଜଣ ସମବାୟ ପ୍ରେମୀଙ୍କୁ ନେଇ ପ୍ରତିଷ୍ଠା କରାଯାଇଥୁଲ ।ପରିଚାଳନା ପରିଷଦଙ୍କ ନିରନ୍ତର ପ୍ରଚେଷ୍ଠା ସମୟୋଚିତ ଓ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ କର୍ମଚାରୀ ମାନଙ୍କ ନିଷ୍ଠା ଓ କଠୋର ପରିଶ୍ରମ ସଭ୍ୟମାନଙ୍କ ସହଯୋଗ ଯୋଗୁ ଏହି ବ୍ୟାଙ୍କ ରାଜ୍ୟରେ ଏକ ଅଗ୍ରଣୀ ସହରୀ ସମବାୟ ବ୍ୟାଙ୍କ (Urban Cooperative Bank) ରୂପେ ଆତ୍ମପ୍ରକାଶ କରିପାରିଛି ।ସଭାପତି ମହୋଦୟ ତାଙ୍କ ଅଭିଭାଷଣରେ ଅହୁରୀ ମଧ୍ଯ ପ୍ରକାଶ କରିଥିଲେ ଯେ ସେ ସନ୍‌ ୨୦୧୫ ମସିହାରୁ ବ୍ୟାଙ୍କର ଦାୟିତ୍ଵ ଗ୍ରହଣ କରି ୨୦୨୦ ମସିହା ପର୍ଯ୍ୟନ୍ତ ରହିଥିଲେ । ପୁନଃର୍ବାର ୨୦୨୨ ମସିହାରୁ ଦାୟତ୍ୱରେ ରହିଅଛନ୍ତି । ସେ ଦାୟିତ୍ଵ ନେଲା ବେଳେ ବ୍ୟାଙ୍କ କ୍ଷତିରେ ଚାଲୁଥିଲା ଓ NPA ହାର ଅତ୍ୟନ୍ତ ଉଚ୍ଚ ଥିଲା ସେ ଓ ତାଙ୍କ ପରିଷଦର ଦର ସହକର୍ମଙ୍କ ଯୋଗୁଁ ବ୍ୟାଙ୍କ ଏବେ କ୍ରମାଗତ ଭାବେ ଲାଭ କରିଆସୁଅଛି ରାଜ୍ୟସ୍ତରୀୟ ପ୍ରତି ଯୋଗିତାରେ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଅଛି ।

Leave a Reply

Your email address will not be published. Required fields are marked *