AVBପୁରୀ ଅର୍ବାନ୍ ଆଣ୍ଡ ରୁରାଲ୍ ଡେଭେଲପମେଣ୍ଟ କୋ-ଅପରେଟିଭର ୧୯ତମ ବାର୍ଷିକ ସାଧାରଣ ସଭା।
ପୁରୀ: ପୁରୀ ଅର୍ବାନ୍ ଆଣ୍ଡ ରୁରାଲ୍ ଡେଭେଲପମେଣ୍ଟ କୋ-ଅପରେଟିଭ ସୋସାଇଟିର ୧୯ତମ ବାର୍ଷିକ ସାଧାରଣ ସଭା ପୁରୀ ସି.ଟି. ରୋଡ୍ସ୍ଥିତ ୟୁଥ୍ ହଷ୍ଟେଲ୍ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଉପସଭାପତି ମମତାମୟୀ ପରିଡାଙ୍କ ତତ୍ତ୍ୱାବଧାନରେ ସଭା ଅନୁଷ୍ଠିତ ହୋଇଥିଲା।ସଭାରେ ୨୦୨୪-୨୫ ବର୍ଷର ବାର୍ଷିକ ବିବରଣୀ, ଆୟ-ବ୍ୟୟ ହିସାବ, ୨୦୨୫-୨୬ ବର୍ଷର ବଜେଟ୍, ସମିତିର ଉପବିଧି ସଂଶୋଧନ ଏବଂ ନୂତନ ପଦବୀ ଅନୁମୋଦନ ସମ୍ପର୍କିତ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା।ଉପବିଧି ସଂଶୋଧନ ଓ ନୂତନ ପଦବୀ ସମ୍ପର୍କିତ ପ୍ରସ୍ତାବ ରେଜିଷ୍ଟ୍ରାରଙ୍କ ଅନୁମୋଦନ ପାଇନଥିବାରୁ ପୂର୍ବବର୍ଷର ବିବରଣୀ ପୁନର୍ବାର ପଠନ କରାଯାଇ ଦୃଢ଼ୀଭୂତ କରାଯାଇଥିଲା।ସମିତିର ସାମଗ୍ରିକ ବିକାଶ, ସଭ୍ୟମାନଙ୍କୁ ଉନ୍ନତ ଆର୍ଥିକ ସେବା, କାରବାରରେ ସ୍ୱଚ୍ଛତା ଓ ପାରଦର୍ଶିତା ସହିତ ଡିଜିଟାଲ୍ ପ୍ରଯୁକ୍ତିର ସଫଳ ଉପଯୋଗ ଉପରେ ଚଳିତ ଆର୍ଥିକ ବର୍ଷରେ ଗୁରୁତ୍ୱ ଦିଆଯାଇଥିବା ସଭାରେ ସୂଚନା ଦିଆଯାଇଛି।୨୦୨୫-୨୬ ଆର୍ଥିକ ବର୍ଷରେ ସମିତିରେ ୪,୨୬୯ ଜଣ ନୂତନ ଏ-କ୍ଲାସ୍ ସଭ୍ୟ ଏବଂ ୧୧ ଜଣ ନୂତନ ବି-କ୍ଲାସ୍ ସଭ୍ୟଙ୍କୁ ଗ୍ରହଣ କରାଯାଇଛି। ଫଳରେ ସମିତିର ୬ଟି ଶାଖାରେ ମୋଟ ସଭ୍ୟ ସଂଖ୍ୟା ୩୭ ହଜାର ୯୧୯ରେ ପହଞ୍ଚିଛି।ସେବାକୁ ଅଧିକ ଅଞ୍ଚଳକୁ ପହଞ୍ଚାଇବା ଲକ୍ଷ୍ୟରେ କାକଟପୁର, ଭୁବନେଶ୍ୱର, ବାଲୁଗାଁ, ବ୍ରହ୍ମଗିରି, ଜଟଣୀ ଓ ଖୋର୍ଦ୍ଧାରେ ୬ଟି ନୂତନ ଶାଖା ଖୋଲିବା ପାଇଁ ନିବନ୍ଧକ, ସମିତି ସମୂହଙ୍କ ଅନୁମୋଦନ ମିଳିଥିବା ସୂଚନା ଦିଆଯାଇଛି।ଏହି ୬ଟି ଶାଖା ମଧ୍ୟରୁ କାକଟପୁର, ଭୁବନେଶ୍ୱର ଓ ବ୍ରହ୍ମଗିରି ଶାଖାରେ ଇତିମଧ୍ୟରେ କାର୍ଯ୍ୟ ଆରମ୍ଭ ହୋଇଛି। ଅନ୍ୟ ଶାଖାଗୁଡ଼ିକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ଜାରି ରହିଛି।ସଭାରେ ଉପସଭାପତି ମମତାମୟୀ ପରିଡାଙ୍କ ସହ ନିର୍ଦ୍ଦେଶକ ମନୋଜ କୁମାର ମହାନ୍ତି, ରାଜେଶ କୁମାର ପରିଡା, ଶତ୍ରୁଘ୍ନ ସାହୁ, ହୃଷୀକେଶ ମହାପାତ୍ର, ଶ୍ରୀଧର ସାହୁ, ଛାୟାକାନ୍ତ ଦାସ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁକାନ୍ତ କୁମାର ମହାପାତ୍ର ଉପସ୍ଥିତ ଥିଲେl
