ନିଶାମୁକ୍ତ ଯୁବ ଅଭିଯାନର ଯୁବ-ନେତୃତ୍ୱର ଗତିଶୀଳତା ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁରୁତ୍ୱାରୋପ‘ନଶାମୁକ୍ତିର ବାର୍ତ୍ତା
ନିଶାମୁକ୍ତ ଯୁବ ଅଭିଯାନର ଯୁବ-ନେତୃତ୍ୱର ଗତିଶୀଳତା ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁରୁତ୍ୱାରୋପ‘ନଶାମୁକ୍ତିର ବାର୍ତ୍ତା’ ଓ ଯୁବଶକ୍ତିର ସୃଜନଶୀଳ ଯୋଗାଯୋଗକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ’ର ୧୩୮ତମ ସଂସ୍କରଣରେ ‘ନିଶାମୁକ୍ତ ଯୁବ ଅଭିଯାନ’ରେ ଦେଶବ୍ୟାପୀ ଯୁବବର୍ଗଙ୍କ ବୃଦ୍ଧି ପାଉଥିବା ଅଂଶଗ୍ରହଣ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ, ଲକ୍ଷ ଲକ୍ଷ ଯୁବକ-ଯୁବତୀ ନିଶାଦ୍ରବ୍ୟ ଓ ମାଦକ ପଦାର୍ଥର ଅପବ୍ୟବହାରଠାରୁ ଦୂରେଇ ରହିବାକୁ ସଂକଳ୍ପ ନେଇଛନ୍ତି। ଏଥିସହ ସେମାନେ ଅନ୍ୟମାନଙ୍କ ମଧ୍ୟରେ ନିଶା ବିରୋଧୀ ସଚେତନତା ସୃଷ୍ଟି କରିବାର ଦାୟିତ୍ୱ ମଧ୍ୟ ଗ୍ରହଣ କରୁଛନ୍ତି।ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୧୦୦ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ ‘ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ଅଭିଯାନ’ରେ ‘ମେରା ଯୁବା ଭାରତ’ (MY Bharat)ଏବଂ ଜାତୀୟ ସେବା ଯୋଜନା (NSS) ସହ ଜଡ଼ିତ ସ୍ୱେଚ୍ଛାସେବୀମାନଙ୍କ ସହିତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଏବଂ ବିଭିନ୍ନ ସାମାଜିକ ଓ ଆଧ୍ୟାତ୍ମିକ ସଂଗଠନ ଏକାଠି ହୋଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ଏହି ଅଭିଯାନର ଅଂଶବିଶେଷ ଭାବରେ ନିକଟ ଅତୀତରେ ସାରା ଦେଶରେ ହଜାର ହଜାର ସଂକଳ୍ପ ଗ୍ରହଣ କାର୍ଯ୍ୟକ୍ରମ ଓ ସଚେତନତା ଅଭିଯାନ ଆୟୋଜନ କରାଯାଇଛି। ଯୁବବର୍ଗଙ୍କ ନେତୃତ୍ୱରେ ପରିଚାଳିତ ଯୋଗାଯୋଗ ବା ବାର୍ତ୍ତା ପ୍ରସାରର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ବିଶେଷ ଭାବରେ ‘ନଶା-ମୁକ୍ତି କା ସନ୍ଦେଶ’ (ନିଶା ମୁକ୍ତିର ବାର୍ତ୍ତା) କାର୍ଯ୍ୟକ୍ରମର ପ୍ରଶଂସା କରିଛନ୍ତି। ସେ ଲକ୍ଷ୍ୟ କରିଛନ୍ତି ଯେ, ଯୁବବର୍ଗ ନିଶାଦ୍ରବ୍ୟର ଅପବ୍ୟବହାର ବିରୋଧୀ ବାର୍ତ୍ତାକୁ ନିଜସ୍ୱ ଭାଷା ଏବଂ ସୃଜନଶୀଳ ଅଭିବ୍ୟକ୍ତି ମାଧ୍ୟମରେ ସମାଜର ବିଭିନ୍ନ ବର୍ଗ ନିକଟରେ ପହଞ୍ଚାଉଛନ୍ତି।‘ମନ କୀ ବାତ’ ମାଧ୍ୟମରେ ଯୁବବର୍ଗଙ୍କୁ ଏହି ଅଭିଯାନରେ ନିଜର ସୃଜନଶୀଳତାର ପ୍ରଦର୍ଶନ କରିବା ପାଇଁ ପୂର୍ବରୁ କରାଯାଇଥିବା ଆହ୍ୱାନକୁ ମନେ ପକାଇ, ପ୍ରଧାନମନ୍ତ୍ରୀ ସାରା ଦେଶର ଯୁବପିଢ଼ିଙ୍କ ପକ୍ଷରୁ ମିଳିଥିବା ସକାରାତ୍ମକ ପ୍ରତିକ୍ରିୟାକୁ ପ୍ରଶଂସା କରିଛନ୍ତି। ଯୁବପିଢ଼ିଙ୍କୁ ନିଜ ସୃଜନଶୀଳତାର ଉପଯୋଗ କରି ସଚେତନତା ପ୍ରସାରରେ ଉତ୍ସାହିତ କରିବା ପାଇଁ ‘MY Bharat’ ପ୍ଲାଟଫର୍ମ ମାଧ୍ୟମରେ ସଙ୍ଗୀତ (ଆନ୍ଥେମ୍), ସ୍ଲୋଗାନ ଲିଖନ ଏବଂ ପଥପ୍ରାନ୍ତ ନାଟକ (ଷ୍ଟ୍ରିଟ୍ ପ୍ଲେ) ସମେତ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଛି।ପ୍ରଧାନମନ୍ତ୍ରୀ ଯୁବବର୍ଗଙ୍କ ଦ୍ୱାରା #NashaMuktYuva ହ୍ୟାସଟ୍ୟାଗ୍ ବ୍ୟବହାର କରି ସୃଜନଶୀଳ ବିଷୟବସ୍ତୁ ମାଧ୍ୟମରେ ଅଭିଯାନର ବାର୍ତ୍ତାକୁ ବ୍ୟାପକ ଭାବେ ପ୍ରଚାର କରିବା ପାଇଁ ସୋସିଆଲ ମିଡିଆର ବଢୁଥିବା ବ୍ୟବହାର ଉପରେ ମଧ୍ୟ ଆଲୋକପାତ କରିଛନ୍ତି। ସେ ଉଲ୍ଲେଖ କରି କହିଛନ୍ତି ଯେ, ଏହି ଅଭିଯାନରେ ବାର୍ତ୍ତା, ମାଧ୍ୟମ ଏବଂ ପ୍ରେରଣାଦାୟକ ଶକ୍ତି – ସବୁକିଛି ଯୁବବର୍ଗଙ୍କ ଦ୍ୱାରା ହିଁ ପରିଚାଳିତ ହେଉଛି।ଅଭିଯାନର ନିରନ୍ତର ପ୍ରସାର କାର୍ଯ୍ୟକ୍ରମର ଅଂଶ ଭାବେ, ଆଗାମୀ ଦିନଗୁଡ଼ିକରେ ଯୁବପିଢ଼ିଙ୍କ ମଧ୍ୟରେ ସୁସ୍ଥ ଜୀବନଶୈଳୀ ଏବଂ ସାମଗ୍ରିକ କଲ୍ୟାଣକୁ ପ୍ରୋତ୍ସାହିତ କରିବା ପାଇଁ ସ୍ୱାସ୍ଥ୍ୟ ପରୀକ୍ଷଣ ଓ ଧ୍ୟାନ ଶିବିର ଭଳି ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ।‘ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ଅଭିଯାନ’କୁ ୧୦୦ ସପ୍ତାହ ବ୍ୟାପୀ ଏକ ନିରନ୍ତର ଅଭିଯାନ ଭାବେ କାର୍ଯ୍ୟକାରୀ କରାଯାଉଛି। ଏହା ମାଧ୍ୟମରେ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ବୃଦ୍ଧି, ସାମୁଦାୟିକ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏବଂ ନିଶାଦ୍ରବ୍ୟର ଅପବ୍ୟବହାର ବିରୋଧରେ ସାମୂହିକ ସଂକଳ୍ପକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରହିଛି। ‘ମାଇଁ ଭାରତ’ (MY Bharat), ଏନ୍ଏସ୍ଏସ୍ (NSS), ଶିକ୍ଷାନୁଷ୍ଠାନ ଏବଂ ସହଯୋଗୀ ସଂଗଠନଗୁଡ଼ିକ ମାଧ୍ୟମରେ ଏହି ଅଭିଯାନ ଭାରତର ଯୁବପିଢ଼ିଙ୍କ ଶକ୍ତି ଓ ସୃଜନଶୀଳତାକୁ ଏକ ସୁସ୍ଥ ଏବଂ ନିଶାମୁକ୍ତ ପିଢ଼ି ଗଠନ ଦିଗରେ ଉପଯୋଗ କରିବାକୁ ଲକ୍ଷ୍ୟ ରଖିଛି।
