ଚାକିରୀ ଦେବା ନାମରେ ଯୁବକଙ୍କ ଠାରୁ ଟଙ୍କା ଠକେଇ ମାମଲା ହିଞ୍ଜିଳି ଅଞ୍ଚଳର ଜଣେ ଅଭିଯୁକ୍ତ ଗିରଫ

କୁକୁଡାଖଣ୍ଡି ୨୭/୦୯ : ସିଙ୍ଗାପୁର ରେ ଚାକିରି କରାଇଦେବି ନାଁରେ ୫୦୦ ରୁ ଅଧିକ ଯୁବକଙ୍କ ଠାରୁ ଟଙ୍କା ଠକେଇ ଅଭିଯୋଗରେ ବ୍ରହ୍ମପୁର ସଦର ଥାନା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ୍ କରିଛି I ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ହିଞ୍ଜିଳି ଥାନା ଅନ୍ତର୍ଗତ ଗୋପୀନାଥପୁର ଗ୍ରାମର ବଳରାମ ମହାରଣା ତାଙ୍କ ବୟସ (୩୮) ପୂର୍ବ ମାମଲା ୧୪୧/୧୯ ଅନୁଯାୟୀ ରବିବାର ଦିନ ଅଭିଯୁକ୍ତକୁ କୋର୍ଟ ପୋଲିସ ଚାଲାଣ କରିଛି । ପୋଲିସା ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସୁବ୍ରତ କୁମାର ପଲୋ ଙ୍କୁ ପୁର୍ବରୁ ୨୦୨୫ ମସିହା ଡିସେମ୍ଵର ୨୪ରେ ପୋଲିସ ଗିରଫ କରିଥିଲା ।ପୋଲିସସୁଚନାନୁଯାୟୀ ନିମଖଣ୍ଡି ଥାନା ଅଧୀନସ୍ଥ ଭାବିନି ପୁରରେ ‘ଜବ୍ ଟ୍ରାକ୍ କନସଲଟାନ୍ସି ଆଣ୍ଡ ଟ୍ରେନିଂ ସେଣ୍ଟର’ ନାମ ରେ ନକଲି ସଂସ୍ଥା ଖୋଲି ସିଙ୍ଗାପୁରରେ ଚାକିରି ଦେବାର ପ୍ରଲୋଭନ ଦେଖାଇବା ସହ ପ୍ରାୟ ୪୦୦ ଜଣ ଯୁବକଙ୍କ ଠାରୁ ଜଣ ପିଛା ୩୦ ହଜାର ଟଙ୍କା ଆଦାୟ କରାଯିବା ସହ ୧୯୦ ରୁ ଅଧିକ ଆବେଦନ‌କାରୀ ଙ୍କ ମୂଳ ପାସପୋର୍ଟ ନେବା ସହ ନକଲି ମେଡିକାଲ ସାର୍ଟିଫିକେଟ୍, ନିଯୁକ୍ତିପତ୍ର, ୱାର୍କ ପରମିଟ୍ ଓ ବିମାନ ଟିକେଟ୍ ଦେଖାଇ ଟଙ୍କା ଅଭିଯୁକ୍ତ ଠକେଇ କରିଥିଲେ I ପୋଲିସ ର ତଦନ୍ତ ବେଳେ ମୁଖ୍ୟ ଅଭିଯୁକ୍ତ ସୁବ୍ରତ ପଲୋ ଙ୍କ ବିରୋଧରେ ଆନ୍ଧ୍ରପ୍ରଦେଶ ବିଜୟ ନଗରମ ରୁରାଲ ଥାନାରେ ମଧ୍ୟ ସମାନ ଠକେଇ ମାମଲା ଥିବା ପୋଲିସ ପକ୍ଷରୁ କୁହାଯାଇଛି I ପରେ ଉକ୍ତ ମାମଲା କୁ ପୋଲିସ ଅଧିକ ରୁ ଅଧିକ ଖୋଳତାଡ ତଦନ୍ତ ଜାରି ରଖୁଛି ।ବିଦେଶ କୁ ଚାକିରି ପାଇଁ ଯିବା ପୂର୍ବରୁ ଚାକିରି ପରାମର୍ଶଦାତା ସଂସ୍ଥାର ବିଶ୍ୱସନୀୟତା ଓ ପୁର୍ବ ପୃଷ୍ଠ ଯାଞ୍ଚ କରିବାକୁ ବ୍ରହ୍ମପୁର ପୁଲିସ ପକ୍ଷରୁ ଜନସାଧାରଣ ଙ୍କୁ ସତର୍କ କରାଯାଇଇଛି।

Leave a Reply

Your email address will not be published. Required fields are marked *