ବ୍ୟାସନଗର ସହରର ମୁଖ୍ୟ ରାସ୍ତାର ଉନ୍ନତିକରଣ ନିମନ୍ତେ ଶୁଭ ଭିତିପ୍ରସ୍ତର ସ୍ଥାପନ କଲେ ବିଧାୟକ ଆକାଶ
ବ୍ୟାସନଗର ସହରର ମୁଖ୍ୟ ରାସ୍ତାର ଉନ୍ନତିକରଣ ନିମନ୍ତେ ଶୁଭ ଭିତିପ୍ରସ୍ତର ସ୍ଥାପନ କଲେ ବିଧାୟକ ଆକାଶ
ବ୍ୟାସନଗର, ୦୬/୧୦ : ଆଜି ଅପରାହ୍ନ ୫ ଘଟିକା ସମୟରେ ବ୍ୟାସନଗର ସହରର ମୁଖ୍ୟ ରାସ୍ତା ବ୍ୟାସଦେବ ଟାଉନ୍ ହଲ ଠାରୁ ଚୋରଦା ବାଇପାସ ଛକ ଏବଂ ଗୋପବନ୍ଧୁ ଛକ ଠାରୁ ଚୋରଦା ବାଇପାସ ଛକ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ ନିମନ୍ତେ କୋରେଇର ମାନ୍ୟବର ବିଧାୟକ ତଥା ଯାଜପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଦାସନାୟକଙ୍କ କରକମଳରେ ଶୁଭ ଭିତିପ୍ରସ୍ତର ଚୋରଦା ବାଇପାସ ଠାରେ ସ୍ଥାପନ କରାଯାଇଥିଲା । ବ୍ୟାସଦେବ ଟାଉନ ହଲ ଠାରୁ ଚୋରଦା ବାଇପାସ ଛକ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ, ଡ୍ରେନ୍ ନିର୍ମାଣ ନିମନ୍ତେ ଓଡିଶା ସରକାରଙ୍କ ପୂର୍ତ ବିଭାଗ ୨ କୋଟି ୩୩ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରିଛି । ସେହିପରି ଗୋପବନ୍ଧୁ ଛକ ଠାରେୁ ଚୋରଦା ବାଇପାସ ଛକ ପର୍ଯ୍ୟନ୍ତ ରାସ୍ତା ମାଷ୍ଟିକ୍ ପିଚୁ ରାସ୍ତା ନିର୍ମାଣ ସହିତ ଡ୍ରେନ୍ ଠାରୁ କଂକ୍ରିଟ୍ ରାସ୍ତା ପର୍ଯ୍ୟନ୍ତ ଥିବା ମାଟି ରାସ୍ତାକୁ ଫେବର ରାସ୍ତା ନିର୍ମାଣ ନିମନ୍ତେ ୩ କୋଟି ୫୦ ଲକ୍ଷ ଟଙ୍କା ଅର୍ଥ ଓଡିଶା ସରକାରଙ୍କ ପୂର୍ତ ବିଭାଗ ମଞ୍ଜୁର କରିଛି । ପ୍ରଥମଥର ପାଇଁ କୋରେଇ ନିର୍ବାଚନ ମଣ୍ଡଳୀ ବ୍ୟାସନଗର ସହରରେ ମାଷ୍ଟିକ୍ ପିଚୁ ରାସ୍ତା ନିର୍ମାଣ କରାଯିବ । ଏହି ମାଷ୍ଟିକ୍ ପିଚୁ ରାସ୍ତା ଅଧିକ ଦିନ ବ୍ୟବହାର ଉପଯୋଗୀ ହେବ । ଗୋପବନ୍ଧୁ ଛକ ଠାରେ ଚୋରଦା ବାଇପାସ ଛକ ପର୍ଯ୍ୟନ୍ତ ଏହି ମାଷ୍ଟିକ୍ ପିଚୁ ରାସ୍ତା ନିର୍ମାଣ ହେବ । ଏହା ବ୍ୟାସନଗର ସହରର ମୁଖ୍ୟ ରାସ୍ତାରେ କରାଯିବ । ଆଗାମୀ ଦିନରେ ସହରର ମୁଖ୍ୟ ରାସ୍ତା ଗୁଡିକୁ ମାଷ୍ଟିକ୍ ପିଚୁ ରାସ୍ତା କରିବା ପାଇଁ ମାନ୍ୟବର ବିଧାୟକ ଶ୍ରୀ ଦାସନାୟକ ଯୋଜନା କରିଛନ୍ତି । ଏହି ମାଷ୍ଟିକ୍ ପିଚୁ ରାସ୍ତା ବହୁତ ଦିନ ପର୍ଯ୍ୟନ୍ତ ଖରାପ ହେବନାହିଁ ଏବଂ ସୁନ୍ଦର ମଧ୍ୟ ଦେଖାଯିବ । ଏହି ଶିଳାନ୍ୟାସ ଉତ୍ସବରେ ୧୪ନଂ ୱାର୍ଡ କାଉନସିଲର ସିଦ୍ଧାର୍ଥ ସାମଲ, ଯାଜପୁର ଜିଲ୍ଲା ଉପସଭାପତି ଅଯୋଧ୍ୟା ଜେନା, ଜିଲ୍ଲା ମହିଳା ସଭାନେତ୍ରୀ ଦିପ୍ତିମୟୀ କୁଅଁର, ବ୍ୟାସଦେବ ମଣ୍ଡଳ ସଭାପତି ଅଚ୍ୟୁତାନନ୍ଦ ଦାସ, ବ୍ୟାସନଗର ପୌର ପରିଷଦ ସାଂସଦ ପ୍ରତିନିଧି ନିରଞ୍ଜନ ଘଡାଇ, ବ୍ୟାସଦେବ ମଣ୍ଡଳ ମହିଳା ମୋର୍ଚ୍ଚା ସଭାପତି ରଶ୍ମିତା ରାଉତ, ବ୍ୟାସଦେବ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଜିତେନ୍ଦ୍ର ବେହୁରିଆ, ବ୍ୟାସନଗର ପୌରପରିଷଦ ବିଧାୟକଙ୍କ ପ୍ରତିନିଧି ଶିଶିର କୁମାର ରାଉତ, ବରିଷ୍ଠ କର୍ମକର୍ତା ସତ୍ୟନାରାୟଣ ମହାନ୍ତି, ବିଜୟ ପଣ୍ଡା, ଚନ୍ଦ୍ରଶେଖର ପଣ୍ଡା, ବାବାଜୀ ମଲ୍ଲିକ, ବ୍ୟାସନଗର ପୌରପରିଷଦ କାଉନସିଲର ଅଶୋକ କୁମାର ରାଉତ, ମଣିନ୍ଦ୍ର କୁମାର ସାହୁ, ଭରତ ଓଝା, କୋରେଇ ବ୍ଲକ୍ ବିଧାୟକ ପ୍ରତିନିଧି ଧନେଶ୍ୱର ବାରିକ, ବ୍ରାହ୍ମଣୀଦେବୀ ମଣ୍ଡଳ ସଭାପତି ରାକେଶ ଜେନା, କୋରେଇ ବ୍ଲକ୍ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁ, ରାଜ୍ୟ ପରିଷଦ ସଭ୍ୟ ପ୍ରକାଶ ଧଳ, ପାଟରଙ୍ଗା ସରପଂଚ ରଞ୍ଜନ ଦାସ, ସାଦକପୁର ସରପଂଚ ରବିନ୍ଦ୍ର ବେହେରା, ହଳଦୀଗଡିଆ ସମିତି ସଭ୍ୟ, ଉଦୟ ନାୟକ, ପ୍ରୀତିରଞ୍ଜନ ସାହୁ, ସଂଜୀବ ନାୟକ, ପ୍ରଦୀପ କୁମାର ମଲ୍ଲିକ, କୃଷ୍ଣଚନ୍ଦ୍ର ରାଉତ, ତରୁଣ କୁମାର ଦାସ, ଶୁଶିଲ କୁମାର ମଲ୍ଲିକ, ବିଶ୍ୱନାଥ ସେଠୀ, ଗୋପାଳ ସାହୁ, ଅକ୍ଷୟ ନାୟକ, ସ୍ୱର୍ଣ୍ଣପ୍ରଭା ନାୟକ, ରାନି ସାମଲ, ନିବେଦିତା ଜେନା, ଆଶା ମହାନ୍ତି, ତିଳୋତମା ସେଠୀ, ସନ୍ଧ୍ୟାରାଣୀ ସାହୁ, ସନ୍ଦୀପ ପରିଡା, ସତ୍ୟବ୍ରତ ଜେନା, ଅଜିତ ପରିଡା, କୈଳାସ ସାମଲ ପ୍ରମୁଖ ଯୋଗଦେଇଥିଲେ ।
