ନିର୍ବାଚନୀ ସାକ୍ଷରତା କ୍ଲବ୍‌ ଗଠନ ଓ ପଞ୍ଜୀକରଣ ନିମନ୍ତେ ପ୍ରଥମ ପ୍ରସ୍ତୁତିମୂଳକ ବୈଠକ

*ନିର୍ବାଚନୀ ସାକ୍ଷରତା କ୍ଲବ୍‌ ଗଠନ ଓ ପଞ୍ଜୀକରଣ ନିମନ୍ତେ ପ୍ରଥମ ପ୍ରସ୍ତୁତିମୂଳକ ବୈଠକ* ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ନିର୍ବାଚନୀ ସାକ୍ଷରତା କ୍ଲବ୍‌ (Electoral Literacy Club–ELC) ଗଠନ ଓ ପଞ୍ଜୀକରଣ ସମ୍ପର୍କିତ ପ୍ରଥମ ପ୍ରସ୍ତୁତିମୂଳକ ବୈଠକ *ଉପଜିଲ୍ଲାପାଳ ଶ୍ରୀ ନୀଳମାଧବ ସୁନା, OAS (SB)* ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ନିର୍ବାଚନୀ ସାକ୍ଷରତା କ୍ଲବ୍‌ର ଗଠନ, ପଞ୍ଜୀକରଣ ପ୍ରକ୍ରିୟା, ପ୍ରସ୍ତୁତିମୂଳକ କାର୍ଯ୍ୟକ୍ରମ ତଥା ଏହାର ସୁଚାରୁ ଓ ପ୍ରଭାବଶାଳୀ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷକରି ଯୁବ ଓ ପ୍ରଥମ ଥର ପାଇଁ ମତଦାନ କରିବାକୁ ଯାଉଥିବା ଭୋଟରମାନଙ୍କ ମଧ୍ୟରେ ନିର୍ବାଚନୀ ସଚେତନତା ବୃଦ୍ଧି, ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରସାର ଏବଂ ସଚେତନ ଓ ଦାୟିତ୍ୱପୂର୍ଣ୍ଣ ମତଦାନ ପାଇଁ ପ୍ରେରିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ବୈଠକରେ **ଶ୍ରୀ ସୌରଭ କୁମାର ରଞ୍ଜିତ, ଡେପୁଟି କଲେକ୍ଟର** ଏବଂ **ଶ୍ରୀମତୀ ବନଜା ପାତ୍ର, ଆସିଷ୍ଟାଣ୍ଟ କଲେକ୍ଟର** ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *