ପୁରୀ ଚନ୍ଦନପୁର ନିକଟରେ ଦୁର୍ଘଟଣାରେ ଦୁଇ ମୃତ
ପୁରୀ ଚନ୍ଦନପୁର ନିକଟ ସମଯାଜପୁର ବ୍ରିଜ୍ ଉପରେ ଭୟଙ୍କର ଦୁର୍ଘଟଣା। ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢ଼ିଗଲା ବାଇକ୍। ଖବରପାଇ ଘଟଣାସ୍ଥଳରେ ପିସିଆର ଟିମ୍ ପହଞ୍ଚି ଦୁଇ ଯୁବକଙ୍କୁ ଉଦ୍ଧାର କରି ପୁରୀ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ଦୁଇ ଯୁବକ ହେଲେ ଜଗତସିଂହପୁର ଅଞ୍ଚଳର ସୁଦିପ୍ତ କୁମାର ଜେନା ଏବଂ ଦେବୀ ଲକ୍ଷ୍ମୀ ନାରାୟଣ ଦାଶ। ବାଇକ୍ ଯୋଗେ ଦୁଇ ଯୁବକ ଯାଉଥିବାବେଳେ ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ି ଯାଇଥିଲେ। ଫଳରେ ଦୁଇ ଯୁବକଙ୍କ ମୁଣ୍ଡ ଡିଭାଇଡରରେ ପିଟି ହୋଇଯାଇଥିଲା। ମଦ୍ୟପାନ କରି ଦ୍ରୁତଗତିରେ ଯୁବକ ମାନେ ବାଇକ୍ ରେ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା ପୋଲିସ ଅନୁମାନ କରୁଛି। ମୃତ ଯୁବକଙ୍କ ବ୍ୟାଗ୍ ରୁ ମଦ ବୋତଲ ଥିବା ଦେଖିବାକୁ ମିଳିଛି। ମୃତକଙ୍କ ପରିବାର ଲୋକଙ୍କୁ ପୋଲିସ ପକ୍ଷରୁ ଖବର ଦିଆଯାଇଛି। ହ୍ବାଟ୍ସ ଆପରେ ଭିଜୁଆଲ ଯାଇଛି
