ପୁରୀ ପୋଲିସ ପକ୍ଷରୁ ନିଶାମୁକ୍ତି ସଚେତନତା ଅଭିଯାନ

ପୁରୀ, ୨୫.୧୦.୨୦୨୬ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଜନସାଧାରଣ, ବିଶେଷକରି ଯୁବପିଢ଼ିଙ୍କୁ ସଚେତନ କରିବା ତଥା ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ପୁରୀ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ସଚେତନତା ଅଭିଯାନ ଆରମ୍ଭ କରାଯାଇଛି।ଏହି ଅଭିଯାନର ସୁଚାରୁ ପରିଚାଳନା ନିମନ୍ତେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଅଭିଯାନର ଅଂଶସ୍ୱରୂପ ପୁରୀ ସହରର ବିଭିନ୍ନ ପ୍ରମୁଖ ସ୍ଥାନ ତଥା ନିଶାଦ୍ରବ୍ୟ ପ୍ରବଣ ଅଞ୍ଚଳରେ ସଚେତନତାମୂଳକ ପୋଷ୍ଟର ଲଗାଯାଇଛି। ଏଥିସହ ଜନସାଧାରଣଙ୍କ ନିକଟରେ ସଚେତନତା ବାର୍ତ୍ତାକୁ ବ୍ୟାପକ ଭାବେ ପହଞ୍ଚାଇବା ନିମନ୍ତେ ଅଟୋରିକ୍ସା ଓ ସରକାରୀ ବସ୍‌ଗୁଡ଼ିକରେ ମଧ୍ୟ ସଚେତନତାମୂଳକ ପୋଷ୍ଟର ଲଗାଇବା ପଦକ୍ଷେପ ଗ୍ରହଣ କରାଯାଉଛି।

ଏହି ପୋଷ୍ଟରଗୁଡ଼ିକ ମାଧ୍ୟମରେ ନିଶା ସେବନର କୁପରିଣାମ, ଯୁବସମାଜ ଓ ପରିବାର ଉପରେ ଏହାର ନକାରାତ୍ମକ ପ୍ରଭାବ ତଥା ନିଶାଦ୍ରବ୍ୟଠାରୁ ଦୂରେଇ ରହିବାର ଆବଶ୍ୟକତା ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯାଉଛି।ନିଶାଦ୍ରବ୍ୟର ଅବୈଧ କାରବାର ଓ ଅପବ୍ୟବହାରର ନିରାକରଣ ନିମନ୍ତେ ପୋଲିସର ଉଦ୍ୟମ ସହିତ ସମାଜର ସମସ୍ତ ବର୍ଗର ସକ୍ରିୟ ସହଯୋଗ ଅତ୍ୟନ୍ତ ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ନିଶାମୁକ୍ତି ସଚେତନତା ଅଭିଯାନରେ ସହଯୋଗ କରିବା ସହ ଏକ ନିଶାମୁକ୍ତ, ସୁସ୍ଥ ଓ ସୁରକ୍ଷିତ ସମାଜ ଗଠନ ଦିଗରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ପୁରୀ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଆହ୍ୱାନ କରାଯାଉଛି।ନିଶାଦ୍ରବ୍ୟ ସମ୍ପର୍କିତ ସୂଚନା ବା ଅଭିଯୋଗ ପାଇଁ ଯୋଗାଯୋଗ କରନ୍ତୁ:📞 ୬୩୭୦୪ ୮୮୫୫୩ପୁରୀ ପୋଲିସ

Leave a Reply

Your email address will not be published. Required fields are marked *