ଋତୁ ରାଜ ବସନ୍ତ
ଋତୁ ରାଜ ବସନ୍ତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,
ଛଅ ରତୁ ମଧେ ଶ୍ରେଷ୍ଠ ସେ ବସନ୍ତ
ନାମ ଅଟେ ରତୁ ରାଜ
ଶୀତୁଆ ପବନ ମିଠା ମିଠା ଲାଗେ
ଶରୀର ହୁଏ ସୌନ୍ଦର୍ଯ୍ୟ ………(I)
ବସନ୍ତ କାଳରେ କୁମ୍ଭାଟୁଆ ବୋଲେ
କୁହୁ କୁହୁ ସ୍ବର ତୋଳି
ଶୀତର ଜଡତା ତୁଟି ଯାଇଅଛି
ହସି ଉଠୁ ଅଛି ପଲ୍ଲୀ ………(II)
ପୁରୁଣା ପତର ଗହଳ ଭିତରୁ
କୁନି ପତରଟି ହସେ
ବଉଳ ମହକ ବାଉଳା କରୁଛି
ବୁଢା ପତରଟି ଖସେ ………(III)
ପ୍ରକୃତି ରାଜ୍ୟରେ ରାଜ ସୁଖ ଆସେ
କବି ଭାବୁକର ପସନ୍ଦ
ପୁଷ୍ପ ରତନରେ ଭୂଷିତ ହେବାରୁ
ଧରଣୀରେ ଖେଳେ ଆନନ୍ଦ ………(IV)
ମଧୁ ବାଉଳାରେ ଭଅଁର ଆନେନ୍ଦେ
ଫୁଲରୁ ଫୁଲକୁ ଉଡନ୍ତି
ମଧୁପାନ କରି ଆନନ୍ଦ ଲଭନ୍ତି
ଗୀତ ଗାଇ ଗାଇ ନାଚନ୍ତି ………(V)
ବୃକ୍ଷଲତା ଚିତ୍ର ବିଚିତ୍ର ହୁଅନ୍ତି
ପୁଷ୍ପମାନେ ପ୍ରସ୍ଫୁଟିତେ
ଫୁଲର ସୁଗନ୍ଧେ ଚତୁର୍ଦ୍ଦିଶ ହୁଏ
ସୁରଭିରେ ବିଛୁରୀତେ ………(VI)
ପ୍ରଜାପତି ନିଜ ଡେଣା ମେଲାକରି
ପୁଷ୍ପକୁ ମଧୁ ମାଗଇ
ଫୁଲଟିଏ ନିରବରେ ହସୁଥାଏ
ନିଜ ସମ୍ମତି ଜଣାଇ ………(VII)
ପୁଷ୍ପ ସୌନ୍ଦର୍ଯ୍ୟ ରେ ଆମୋଦିତ ହୋଇ
ଭ୍ରମର ଉଡି ବୁଲନ୍ତି
ଫୁଲର ଡେମ୍ଫରେ ଭ୍ରମର ଝୁଲନ୍ତେ
ଫୁଲମାନେ ହସୁଥାନ୍ତି ………(VIII)
ଆମ୍ବଗଛ ଡାଳେ ରାବଇ କୋଇଲି
ସ୍ବ-ସ୍ବରେ ମନ ଲଗାଇ
ଏ ଡାଳରୁ ଯାଇଁ ସେ ଡାଳରେ ବସେ
ଆନନ୍ଦରେ ନାଚୁଥାଇ ………(IX)
