ଏ ବର୍ଷ ନୂତନ କଂସ ବାଛିବା ବରଗଡ ମହୋତ୍ସବ କମିଟି
-ବରଗଡ 26-10-26 ଏଥର ନୂଆଁ କଂସ ଦେଖିବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା।ଚଳିତ ଥର ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ରେ କଂସ ଭୂମିକାରେ ଅଭିନୟ କରିବେନି ସୁଶୀଲ କୁମାର ମେହେର। ଗତ ଥର କଂସ ଭୂମିକାରେ ସେ ଅଭିନୟ କରିଥିବା ବେଳେ ଚଳିତ ଥର ଅଭିନୟ କରିବେ ନାହିଁ ବୋଲି ଧନୁଯାତ୍ରା ମହୋତ୍ସବ ସମିତି ସଭାପତି ବରଗଡ଼ ଜିଲ୍ଲପାଳ ଆଦିତ୍ୟ ଗୋୟଲ ଙ୍କୁ ଏକ ପତ୍ର ଧନୁଯାତ୍ରା ମହୋତ୍ସବ ସମିତି ସମ୍ପାଦକ ସୁରେଶ୍ୱର ଶତପଥୀ ଙ୍କ ସମ୍ମୁଖରେ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ନିଜ ମୁଖରୁ ପ୍ରଦାନ କରିଛନ୍ତି।ଆସନ୍ତା ଜାନୁୟାରୀ 12 ରୁ 22 ତାରିଖ 11 ଦିନ ଧରି ଚାଲିବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଚଳିତ ଥର ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ନୂଆଁ କଂସ କରିବେ ଅଭିନୟ।ଏହା ମହୋତ୍ସବ ସମିତିଙ୍କ ଆଦେଶରେ ମନୋନୀତ ହେଲାପରେ ଜଣାପଡିବ ବୋଲି ସମ୍ପାଦକ କହିଛନ୍ତି l ତୀର୍ଥକ୍ଷେତ୍ର ଜିଲ୍ଲା ପ୍ରତିନିଧି ତ୍ରିଲୋଚନ ପଣ୍ଡା
