ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅଧିକାର ମିତ୍ର ସ୍ଵେଚ୍ଛାସେବୀଙ୍କ ତାଲିମ ଶିବିର ।
ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟ ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀଯୁକ୍ତ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଧେଶ ଅନୁଯାଇ ତା ୨୭ .୧୦.୨୦୨୬ ରିଖରେ ଜିଲ୍ଲା ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ସମ୍ମିଳନୀ କକ୍ଷ୍ୟରେ ଏହି ତାଲିମ ଶିବିର ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆୟୋଜିତ କରାଯାଇଅଛି । ଆଜିର ଏହି କାର୍ଯକ୍ରମରେ ପ୍ରାଧିକାରଣର ସଚିବ ଶ୍ରୀଯୁକ୍ତ ପରିତୋଷ କୁମାର ସେଠୀ ପାରା ଲିଗାଲ ସ୍ବେଚ୍ଛାସେବୀ/ଅଧିକାର ମିତ୍ର ମାନଙ୍କୁ ନିଷ୍ଠାରସହ କାମକରିବା ଏବଂ ଜନସାଧାରଣଙ୍କୁ ବିଭିର୍ନ ଆଇନ ସହାୟତା ବ୍ୟବସ୍ଥା ସମ୍ପର୍କରେ ସେଚେତନ କରାଇବା ପାଇଁ ପରାମର୍ଶ ଦେଇଥିଲେ ।

ଏଥିରେ ପରମାନେଣ୍ଟ ଲୋକ ଅଦାଲତର ଅଧକ୍ଷ୍ୟା ସୁଶ୍ରୀ ପ୍ରତିମା ପଣ୍ଡା , ଗଙ୍ଗାଧର ମେହେର ଆଇନ ମହାବିଦ୍ୟାଳୟର H.O.D. ଡକ୍ଟର ଲୋକନାଥ ସୁଆର, Sri Debadutta Nayak, Sr. Advocate, Sri Santosh Kumar Sahoo , Legal Protection Officer,Puri ପ୍ରମୁଖ ଏହି କାର୍ଯକ୍ରମରେ ତାଲିମ ପ୍ରଶିକ୍ଷଣ ଦେଇଥିଲେ ଏବଂ ନିଜ ବକ୍ତବ୍ୟରେ ପାରା ଲିଗାଲ ସ୍ବେଚ୍ଛାସେବୀଙ୍କୁ ବିଭିର୍ନ ଆଇନ ବିଷୟରେ ଶିକ୍ଷା ପ୍ରଦାନ କରିବା ସହ ପାରା ଲିଗାଲ ସ୍ବେଚ୍ଛାସେବୀ/ଅଧିକାର ମିତ୍ର ମାନଙ୍କର ଦାଇତ୍ଵ ଏବଂ କର୍ତବ୍ୟ ବିଷୟରେ ଅବଗତ କାରାଇବା ସହ ଉପଯୁକ୍ତ ହିତାଧିକାରୀଙ୍କୁ ଚିହ୍ନଟ କରି ପ୍ରାଧିକରଣ ମାଧ୍ୟମରେ ସମସ୍ୟାର ସମାଧାନ କରିବା ଏହାର ମୁଖ୍ୟ ଉଦେଶ୍ୟ । ଏହି କାର୍ଯକ୍ରମରେ ପ୍ରାଧିକାରଣର କର୍ମଚାରୀ ରହି କାର୍ଯକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ ।
