ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ପୂର୍ବ ତଟ ରେଳପଥର ବ୍ୟାପକ ସୁରକ୍ଷା ବ୍ୟବସ୍ଥା ।
ଭୁବନେଶ୍ୱର, ୨୭ ଅକ୍ଟୋବର ୨୦୨୬ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବକୁ ମୁକାବିଲା କରିବା ପାଇଁ ପୂର୍ବ ତଟ ରେଳପଥ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅକ୍ଟୋବର ୨୭ରୁ ୨୯ ତାରିଖ ମଧ୍ୟରେ ଏହି ବାତ୍ୟା ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ଥିବାବେଳେ, ରାୟଗଡ଼ା ରେଳ ମଣ୍ଡଳ ଅଧୀନରେ ଥିବା ରେଳପଥର କେତେକ ଅଞ୍ଚଳ ଅଧିକ ବିପଦପ୍ରବଣ ରହିଛି।ଭୁବନେଶ୍ୱରସ୍ଥିତ ରେଳ ସଦନରେ ଏକ ଯୁଦ୍ଧକାଳୀନ ନିୟନ୍ତ୍ରଣ କକ୍ଷ (ୱାର୍ ରୁମ୍) ସକ୍ରିୟ କରାଯାଇଥିବାବେଳେ, ସମସ୍ତ ମଣ୍ଡଳ ମୁଖ୍ୟାଳୟରେ ୨୪ ଘଣ୍ଟିଆ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଛି। ସମ୍ଭାବ୍ୟ ବିପଦପ୍ରବଣ ସ୍ଥାନଗୁଡ଼ିକରେ ରେଳପଥ ଯାଞ୍ଚ ବୃଦ୍ଧି କରାଯିବା ସହ ଅତିରିକ୍ତ ପାଟ୍ରୋଲମ୍ୟାନ୍ ଓ ୱାଚମ୍ୟାନ୍ ନିୟୋଜିତ କରାଯାଇଛି। ଜରୁରୀ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସମ୍ବେଦନଶୀଳ ରେଳଖଣ୍ଡଗୁଡ଼ିକର ତଦାରଖ ନିମନ୍ତେ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି।

ବାତ୍ୟା ମୁକାବିଲା ପାଇଁ ମୌସୁମୀକାଳୀନ ରିଜର୍ଭ ଟ୍ରେନ୍, ଡିଜେଲ ଲୋକୋମୋଟିଭ୍, ଟାୱାର ୱାଗନ୍, ଭାରୀ ଯନ୍ତ୍ରପାତି, ଇଞ୍ଜିନିୟରିଂ ଉପକରଣ ଓ ପୁନରୁଦ୍ଧାର ସାମଗ୍ରୀକୁ ରଣନୈତିକ ସ୍ଥାନଗୁଡ଼ିକରେ ପ୍ରସ୍ତୁତ ରଖାଯାଇଛି। ଦୁର୍ଘଟଣା ରିଲିଫ୍ ଟ୍ରେନ୍, ଡାକ୍ତରୀ ଦଳ, ଆମ୍ବୁଲାନ୍ସ ଓ ପ୍ରାଥମିକ ଚିକିତ୍ସା ସୁବିଧା ମଧ୍ୟ ପ୍ରସ୍ତୁତ ରଖାଯାଇଛି। ବାତ୍ୟାର ଗତିବିଧି ଉପରେ ନଜର ରଖିବା ପାଇଁ ପାଣିପାଗ ବିଭାଗ ଓ ଓଡ଼ିଶା ସରକାରଙ୍କ ସହ ନିରନ୍ତର ସମନ୍ୱୟ ରକ୍ଷା କରାଯାଉଛି।ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ ସମ୍ପର୍କରେ ଯାତ୍ରୀମାନଙ୍କୁ ଷ୍ଟେସନରେ ଘୋଷଣା ବ୍ୟବସ୍ଥା ମାଧ୍ୟମରେ ସୂଚନା ଦେବାକୁ ଷ୍ଟେସନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯାତ୍ରୀଙ୍କ ସୁରକ୍ଷା, ରେଳ ସମ୍ପତ୍ତିର ସୁରକ୍ଷା ଏବଂ ବାତ୍ୟା ପରେ ରେଳ ସେବାର ତ୍ୱରିତ ପୁନରୁଦ୍ଧାର ପାଇଁ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି।ଟ୍ରେନ୍ ଚଳାଚଳରେ ନିୟନ୍ତ୍ରଣଆଶା କରାଯାଉଥିବା ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଟ୍ରେନ୍ ଚଳାଚଳକୁ ନିୟନ୍ତ୍ରଣ କରାଯିବ।ପାଣିପାଗର ସ୍ଥିତି ଓ ସୁରକ୍ଷା ସମୀକ୍ଷା ଆଧାରରେ ଆବଶ୍ୟକ ଅନୁଯାୟୀ ଅନ୍ୟାନ୍ୟ ପରିଚାଳନାଗତ ପଦକ୍ଷେପ ମଧ୍ୟ ଗ୍ରହଣ କରାଯିବ।ପୂର୍ବ ତଟ ରେଳପଥ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛି ଏବଂ ସମସ୍ତ ସମ୍ପୃକ୍ତ ବିଭାଗ ଓ ମଣ୍ଡଳକୁ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାତ୍ରୀ ଓ ରେଳ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ରେଳ ସମ୍ପତ୍ତିର ସୁରକ୍ଷା ଏବଂ ବାତ୍ୟା ଶାନ୍ତ ହେବା ପରେ ଯଥାଶୀଘ୍ର ସ୍ୱାଭାବିକ ଟ୍ରେନ୍ ଚଳାଚଳ ପୁନଃସ୍ଥାପନ କରିବା ଏହି ସମନ୍ୱିତ ପଦକ୍ଷେପଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ।
