ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ ଅନୁଷ୍ଠିତ।

ପୁରୀ ୨୭/୧୦ ଚଳିତ ବର୍ଷ ଅକ୍ଟୋବର ୨୬ ତାରିଖ ଠାରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶ ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି। ଏହି ଅବସରରେ ଆଜି ଦିବା ୧୧ ଘଟିକା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ସମସ୍ତ ଙ୍କୁ ଶପଥ ପାଠ କରାଇଥିଲେ।ଦୁର୍ନୀତି ବିକାଶ ର ମୁଖ୍ୟ ବାଧକ।ତେଣୁ ସମ୍ମିଳିତ ଭାବେ ରାଜ୍ୟର ଉନ୍ନତି ପାଇଁ ଦୁର୍ନୀତି ର ମୂଳୋତ୍ପାଟନ କରି ବିକାଶ ପ୍ରକ୍ରିୟାରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ। ଓସୱ୍ବାନ କନଫେରେନ୍ସ କକ୍ଷରେ ଅନୁଷ୍ଠିତ ଏହି ଶପଥ ପାଠରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ପିକେଡିଏ ସେକ୍ରେଟାରୀ ଦିଲ୍ଲୀପ କୁମାର ମହାରଣା, ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଡିଷ୍ଟ୍ରିକ୍ଟ ଇ ଗଭର୍ଣ୍ଣାସ ମ୍ୟାନେଜର ପିୟୁଷ ଚକ୍ରବର୍ତ୍ତୀ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ହୋଇ ଶପଥ ପାଠ କରିଥିଲେ।ସେହିପରି ଜିଲ୍ଲାର ସମସ୍ତ ବ୍ଲକ କାର୍ଯ୍ୟାଳୟର ଓସୱ୍ବାନ ହଲରେ ମଧ ବିଡ଼ିଓ, ତହସିଲଦାର,ସିଡିପିଓ ଓ ଅନ୍ୟାନ୍ୟ ଅଧିକାରୀ ଏବଂ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟାଳୟ, ଲାଇନ ଡିପାର୍ଟମେଣ୍ଟରେ ଏହି ଶପଥ ପାଠ ଏକ ସମୟରେ କରାଯାଇଥିଲା l

Leave a Reply

Your email address will not be published. Required fields are marked *