କାର୍ତ୍ତିକ ରେ ନିଶା ବେପାରୀଙ୍କ ଉପରେ ଜୋରଦାର ହେଲା ଚଢ଼ାଉ
କାର୍ତ୍ତିକ ରେ ନିଶା ବେପାରୀଙ୍କ ଉପରେ ଜୋରଦାର ହେଲା ଚଢ଼ାଉ : ବେଆଇନ କଫ୍ ସିରପ୍ ବେପାର ମାମଲାରେ ଜଣେ ଅଭିଯୁକ୍ତ ଗିରଫ*ଗତକାଲି ସନ୍ଧ୍ୟାରେ ପୁରୀ ଟାଉନ ଥାନା ପୋଲିସ ତରଫରୁ ନିଶା ବେପାରୀଙ୍କ ଉପରେ ଜୋରଦାର ଚଢ଼ାଉ କରାଯାଇଥିଲା। ଉକ୍ତ ଚଢ଼ାଉ ବେଳେ ଜଗନ୍ନାଥ ବଲ୍ଲଭ ପୁରୁଣା ପାର୍କିଂ ଅଞ୍ଚଳରୁ ତ୍ରିଦେବ ନଗରର ଟୁକୁନା ବାରିକ ନାମକ ଜଣେ ନିଶା ବେପାରୀକୁ ଗିରଫ କରାଯାଇଥିଲା।ଅଭିଯୁକ୍ତ ଠାରୁ ୧୭ ଗୋଟି ଏସକଫ କଫ୍ ସିରଫ୍ ଓ ଗୋଟିଏ ଅପୋ ମୋବାଇଲ ଫୋନ୍ ଜବତ କରାଯାଇଛି ।ଜେରା ସମୟରେ, ସେହି ବେଆଇନ କଫ୍ ସିରପ୍ ସବୁକୁ ସେ କୋରୁଅ ଅଞ୍ଚଳରୁ ଆଣେ ବୋଲି ପୋଲିସ ଆଗରେ ପ୍ରକାଶ କରିଛି। ମୂଖ୍ୟ ଅଭିଯୁକ୍ତକୁ ମଧ୍ୟ ଉକ୍ତ କେସରେ ତଦନ୍ତ ପରିସରଭୁକ୍ତ କରାଯିବ । ଅଭିଯୁକ୍ତ ଟୁକୁନା ବାରିକକୁ ଆଜି ମାନ୍ୟବର ଏସ୍.ଡି.ଜେ.ଏମ୍. ପୁରୀଙ୍କ କୋର୍ଟକୁ ଚାଲାଣ କରାଯାଇଛି ।
