କାର୍ତ୍ତିକ ରେ ମଧ୍ୟ ଜାରି ରହିଛି କ୍ରିମିନାଲଙ୍କ ଉପରେ ଚଢ଼ାଉ
କାର୍ତ୍ତିକ ରେ ମଧ୍ୟ ଜାରି ରହିଛି କ୍ରିମିନାଲଙ୍କ ଉପରେ ଚଢ଼ାଉ**ବିଷୟ : ୩ ଆକ୍ରମଣ ଏବଂ ଦାଦାବଟି ମାମଲାରେ ୮ ଅଭିଯୁକ୍ତ ଗିରଫ*ପୁରୀ ଟାଉନ ଥାନା ପୋଲିସ ପକ୍ଷରୁ ତିନି ଭିନ୍ନ ଭିନ୍ନ ଫୌଜଦାରୀ ମାମଲାରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତମାନଙ୍କ ଠାରୁ ଆପତ୍ତି ଜନକ ସାମଗ୍ରୀ, ବ୍ୟବହୃତ ଗାଡ଼ି ଓ ମୋବାଇଲ ଫୋନ୍ ଜବତ କରାଯାଇଛି ।*୧. ପାଣ୍ଡ ଜାଗା ଛକ ନିକଟରେ ଆକ୍ରମଣ ମାମଲା:*(କେସ ନମ୍ବର -୭୪୪/୨୦୨୬)ଗତ କାଲି ରାତିରେ ପାଣ୍ଡ ଜାଗା ଛକ ନିକଟରେ ରାସ୍ତାରେ କିଶୋର ସ୍ଵାଇଁ ନାମକ ଯୁବକ କୁ ପପୁନ ବାରିକ, ଉନି ବାରିକ ଏବଂ ତାଙ୍କ ପରିବାର ଲୋକ ପୂର୍ବ ଶତ୍ରୁତା ଯୋଗୁଁ ତାକୁ ଅଟକାଇ ଆକ୍ରମଣ କରିଥିଲେ। ଧାରୁଆ ଅସ୍ତ୍ର ରେ ତର ଜଙ୍ଘ କୁ ଆଘାତ କରିଥିଲେ। ଉକ୍ତ ଘଟଣା ରେ କିଶୋର ସ୍ଵାଇଁ ର ବଡ ଭାଇ ଟାଉନ୍ ଥାନା ରେ ବିଳମ୍ବିତ ରାତିରେ ଅଭିଯୋଗ କରିଥିଲେ। ବିଶେଷ ସୂତ୍ରରୁ ଖବର ପାଇ ଟାଉନଥାନା ପୋଲିସ ଆଜି ସକାଳେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ।

ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ୧) ପପୁନା @ ମନୋରଞ୍ଜନ ବାରିକ (୩୮), ପି- ସ୍ଵର୍ଗତ ଲକ୍ଷ୍ମୀଧର ବାରିକ ୨) ରାକେଶ ବାରିକ (୨୫), ପି-ମନୋଜ କୁମାର ବାରିକ ୩) ସସ୍ମିତା ବାରିକ (୩୦)୪) ମନ୍ଦାକିନୀ ବାରିକ (୩୫)୫) ମନୋରମା ବାରିକ (୬୦)ସମସ୍ତଙ୍କର ଘର- ମାର୍କଣ୍ଡେଶ୍ୱର ସାହି ଢିପ ଉପରେ, ଥାନା -ବାଶେଳିସାହୀ, *୨. ସୁନ୍ଦରା ଜାଗା ଛକ ରେ ମୋମୋ ଦୋକାନୀ କୁ ଆକ୍ରମଣ ଓ ଦାଦାବଟି ମାଗିବା ମାମଲା:* ( କେସ୍ ନମ୍ବର -୭୪୩/୨୬)ଗତକାଲି ସନ୍ଧ୍ୟାରେ ସୁନ୍ଦରା ଜାଗା ଛକ ନିକଟରେ ମୋମୋ ଦୋକାନୀ ଠାରୁ ବାକି ଖାଇ ଦୁଇ ଜଣ ମଦ୍ୟପ ଯୁବକ ଦୋକାନୀ ସହ ଗଣ୍ଡଗୋଳ କରିବା ଏବଂ ତାକୁ ଦାଦାବଟି ମାଗି ଧମକ ଦେଇଥିଲେ। ଠେଲାପେଲା କରିଥିଲେ । ପିସିଆର ଉଭୟଙ୍କୁ ଧରିଥିଲା। ମୋମୋ ଦୋକାନୀ ର ଅଭିଯୋଗ କ୍ରମେ ଉଭୟ ଅଭିଯୁକ୍ତଙ୍କୁ ଟାଉନଥାନା ପୋଲିସ ଗିରଫ କରିଛି।ଅଭିଯୁକ୍ତ ଦୁଇଜଣ ହେଲେ ୧) ବିଜୟ କୁମାର ଦାସ (୩୫), ଦରଜୀ ପୋଖରୀ ୨)ଦିପକ @ ଅଜୟ ବେହେରା (୩୫), ରେଙ୍ଗାଳ, ପିପିଲି, ପୁରୀ *୩. ଚାହା ଦୋକାନୀ ଠାରୁ ବାକି ଖାଇ ଗଣ୍ଡଗୋଳ

କରିବା ମାମଲା:* ( କେସ୍ ନମ୍ବର-୭୩୬/୨୬) ଗତ ତା୨୬.୧୦.୨୬ ସକାଳେ SCS college ପଛ ଗେଟ ପାଖରେ ଚାହା ଦୋକାନୀ ରାଜ କିଶୋର ମହାରଣା ଠାରୁ ବାକି ରେ ଚାହା ପିଇବା ପରେ ପଇସା ମାଗିବାରୁ ଆସାମୀ ହାପି @ ତିଳକ ଦାସ (୩୨), କୁମୁଟି ସାହି, ଦୋକାନୀ କୁ ଆକ୍ରମଣ କରିବା ଘଟଣା ରେ ଟାଉନ୍ ଥାନା ପୋଲିସ ଗତକାଲି ବିଳମ୍ବିତ ରାତିରେ ଆସାମୀ କୁ କୁଣ୍ଢେଇବେଣ୍ଟ ସାହି ଅଞ୍ଚଳରୁ ଗିରଫ କରିଥିଲା।ସମସ୍ତ ଅଭିଯୁକ୍ତଙ୍କୁ ଆଜି ମାନ୍ୟବର ଏସ୍.ଡି.ଜେ.ଏମ୍. ପୁରୀଙ୍କ କୋର୍ଟକୁ ଚାଲାଣ କରାଯାଇଥିଲା । ମାତ୍ର ସେମାନେଙ୍କର ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ପୁରୀ ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଛି ।
