ପୁରୀ ପୋଲିସକୁ ବଡ଼ ସଫଳତା.. ବ୍ରାଉନ ସୁଗାର ଜବତ ସହ ୪ ଗିରଫ

ପୁରୀ ପୋଲିସକୁ ବଡ଼ ସଫଳତା। ପୁଣି ପୁରୀରୁ ଜବତ ହେଲା ବ୍ରାଉନ ସୁଗାର। ୨୬ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କଲା ପୁରୀ ପୋଲିସ। ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ଚାରିଜଣ ବେପାରୀଙ୍କୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ବେପାରୀ ଫେରାର ଅଛି। ଗିରଫ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି ଡେଲାଙ୍ଗ ଥାନା ପୋଲିସ। ଅଭିଯୁକ୍ତଙ୍କ ଠାରୁ ୨୬୧ ଗ୍ରାମ ବ୍ରାଉନ ସୁଗାର, ଗୋଟିଏ ପିସ୍ତଲ, ୬ଟି ମୋବାଇଲ ଫୋନ୍, ନଗଦ ୬ ହଜାର ଟଙ୍କା, ବାଇକ୍ ଓ କାର୍ ଜବତ କରିଛି ପୋଲିସ। ଡେଲାଙ୍ଗ ଥାନା ଅନ୍ତର୍ଗତ ବାଣି ବକ୍ରେଶ୍ବର ମନ୍ଦିର ପଛପଟ କୁଆପଦା ଅଞ୍ଚଳରେ ଚାଲିଥିଲା ଏହି କାରବାର। ଗିରଫ ଅଭିଯୁକ୍ତ ହେଲେ ଗଡିଶାଗଦା ଥାନା ଅଞ୍ଚଳର ଚନ୍ଦ୍ରଶେଖର ବିଶ୍ବାଳ, ଡେଲାଙ୍ଗର ଆଲୋକ ନାୟକ, ରଶ୍ମିରଞ୍ଜନ ହରିଚନ୍ଦନ, ସୋମନାଥ ପ୍ରଧାନ। କୁଆପଦା ର ମାଧିଆ ଓରଫ ବିଭୂଦତ୍ତ ବଳିରସିଂହ ଏମାନଙ୍କୁ ବ୍ରାଉନ ସୁଗାର ଯୋଗାଉଥିଲା। ତେବେ ପୋଲିସ କୁ ଦେଖି ବ୍ରାଉନ ସୁଗାର ବେପାରୀ ମାଧିଆ ଫେରାର ହୋଇଯାଇଛି। ଗିରଫ ଅଭିଯୁକ୍ତ ମାନେ କଟକ, ଭୁବନେଶ୍ୱର, ଖୋର୍ଦ୍ଧା ଅଞ୍ଚଳରେ ବ୍ରାଉନ ସୁଗାର ବିକ୍ରି କରୁଥିଲେ। ବିଭିନ୍ନ ଥାନାରେ ଅଭିଯୁକ୍ତ ଙ୍କ ନାଁରେ ଅନେକ ମାମଲା ମଧ୍ୟ ରହିଛି। ଫେରାର ମାଧିଆକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ବାଇଟ୧- ପ୍ରତୀକ ସିଂ, ଏସପି, ପୁରୀ

Leave a Reply

Your email address will not be published. Required fields are marked *