ସୋମେଶ୍ୱର ମନ୍ଦିର ଓ କୁରୁମ ବୌଦ୍ଧ ପୀଠ ବିକାଶ ପ୍ରକଳ୍ପ ଶିଳାନ୍ୟାସ।

ସୋମେଶ୍ୱର ମନ୍ଦିର ଓ କୁରୁମ ବୌଦ୍ଧ ପୀଠ ବିକାଶ ପ୍ରକଳ୍ପ ଶିଳାନ୍ୟାସ।

କାକଟପୁର,୦୩.୧୧ – କାକଟପୁର ସୋମେଶ୍ୱର ମନ୍ଦିର ପରିସରରେ ସୋମେଶ୍ୱର ମନ୍ଦିର ଉନ୍ନୟନ କାର୍ଯ୍ୟ ଓ କୁରୁମ ବୌଦ୍ଧ ପୀଠ ବିକାଶ ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟ ଶୁଭ ଉଦଘାଟନ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ଉପ ମୂଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ଏହାର ଶିଳାନ୍ୟାସ କରିଥିଲେ। ସୋମେଶ୍ୱର ମହାଦେବ ମନ୍ଦିର ପୁନରୁଦ୍ଧାର ଓ ବିକାଶ ପାଇଁ ୧ କୋଟି ୩୦ ଲକ୍ଷ ଟଙ୍କା ଓ କୁରୁମ ବୌଦ୍ଧ ପୀଠ ବିକାଶ ପାଇଁ ୪୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। କୋଣାର୍କ ପରେ କାକଟପୁର ଅଞ୍ଚଳରେ ପର୍ଯ୍ୟଟନର ବିକାଶ ପାଇଁ ଏହାର ଗୁରୁତର ଭାବି ଏହାକୁ ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦାୟିତ୍ଵ ନେଇଛନ୍ତି।

ଆଗାମୀ ଏକ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ପାରିସମାପ୍ତି ହେବ ବୋଲି ସୂଚନା ଦେଇଛନ୍ତି। ଏଥି ସହିତ ଆଗାମୀ ଦିନରେ ଅସ୍ତରଙ୍ଗରେ ସମେତ ପ୍ରାଚୀ ନଦୀ କୂଳରେ ଥିବା ଅଷ୍ଟଶମ୍ଭୁ ପୀଠ ବିକାଶ କରାଯିବ। ଏହି ଅବସରରେ ପୁର୍ବତନ ବିଧାୟକ ବାଇଧର ମଲ୍ଲିକ, ବିଡ଼ିଓ ନାରାୟଣ ଦିକ୍ଷୀତ, ପର୍ଯ୍ୟଟନ ନିଗମ ଅଧିକ୍ଷଣ ଯନ୍ତ୍ରୀ ସୁନିଲ କୁମାର ବେହେରା ଓ କନିଷ୍ଠ ଯନ୍ତ୍ରୀ ରାକେଶ ଧର ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ହଜାରରୁ ଅଧିକ ବିଜେପି କର୍ମୀଙ୍କ ସହ ମିଶନ ଶକ୍ତି ମହିଳା ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *