ବିକସିତ ଭାରତ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ବ୍ଯାସନଗର ଅଦ୍ଯ ତା ୦୩/୧୧/୨୦୨୬ ରିଖ ମଙ୍ଗଳବାର ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟରେ ବିକସିତ ଭାରତ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ଷୟ କୁମାର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ କୁ ଯାଜପୁରର ମାନ୍ୟବର ସାଂସଦ ଡକ୍ଟର ରବିନାରାୟଣ ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ। କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଯୁବ ଆଦର୍ଶ ( ୟୁଥ୍ ଆଇକନ୍) ଶ୍ରୀ ଯୁକ୍ତ ଚନ୍ଦ୍ର ପ୍ରସାଦ ପଣ୍ଡା ଯୋଗ ଦେଇ ଏସ୍ ଆଇ ଆର୍ କଣ? ଏହା କାହିଁକି ଦେଶପାଇଁ ଜରୁରୀ ଓ ଏହାର ଆବଶ୍ୟକତା ଉପରେ ନିଜର ବକ୍ତବ୍ୟ ରଖିଥିଲେ।+୩ ଦ୍ବିତୀୟ ବର୍ଷର ବିଜ୍ଞାନ ଛାତ୍ରୀ ସ୍ବାତୀ ସମାପିକା ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ର ସଂଯୋଜକ କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ଵାଇଁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବା ୫୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ସହିତ ମାନ୍ୟବର ସାଂସଦ ପ୍ରଶ୍ନୋତ୍ତର ମାଧ୍ୟମରେ ଗଣତାନ୍ତ୍ରିକ ରାଷ୍ଟ୍ରରେ ମତଦାନ ର ବୈଶିଷ୍ଟ୍ୟ ବିଷୟରେ ଆଲୋଚନା କରିଥିଲେ। ଜିଲ୍ଲା ଯୁବ ବ୍ୟାପାର ଅଧିକାରୀ ( ଡିଷ୍ଟିକ୍ଟ ୟୁଥ୍ ଅଫିସର୍) ଶ୍ରୀମାନ କୁମାର ଗୈ।ରବ ନାଗରିକ ମାନଙ୍କର ମତଦାନ ଅଧିକାର ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସମସ୍ତ ଅତିଥି ମାନଙ୍କୁ ମନ୍ତ୍ରଣାଳୟ ତରଫରୁ ମେମେଣ୍ଟୋ, ଅଙ୍ଗବସ୍ତ୍ର ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ସଂପୂର୍ଣ୍ଣ କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ଅଧ୍ୟାପକ ଗୋଲକ ବିହାରୀ ମହାକୁଡ଼,ଅଜୟ କୁମାର ପଣ୍ଡା , ଶଶିକାନ୍ତ ଲେଙ୍କା ,ଅଧ୍ୟାପିକା ଡଃ ଚିରସ୍ମିତା ମିଶ୍ର ,ଏନ୍ ସି ସି କ୍ୟାଡେଟ୍ ଓ ମାଇଁ ଭାରତ ସ୍ବେଚ୍ଛାସେବୀ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *