ସାକ୍ଷୀଗୋପାଳ: ପ୍ରଚାରକ ଅନନୁ ମିଶ୍ରଙ୍କୁ ଏ ଜାତି ଉପଯୁକ୍ତ ସମ୍ମାନ ଦେଇପାରିନାହିଁ।

ସାକ୍ଷୀଗୋପାଳ: ପ୍ରଚାରକ ଅନନୁ ମିଶ୍ରଙ୍କୁ ଏ ଜାତି ଉପଯୁକ୍ତ ସମ୍ମାନ ଦେଇପାରିନାହିଁ। ତାଙ୍କର ତ୍ୟାଗ, ଦେଶପ୍ରେମ ଓ ସ୍ବାଧୀନତା ସଂଗ୍ରାମରେ ଅବଦାନକୁ ଆଗାମୀ ପିଢ଼ି ପା ପ‌ହଞ୍ଚାଇବା ସହ ତାଙ୍କ ସ୍ମୃତି ରକ୍ଷା ଓ ଜୀବନୀ ଉପରେ ବ୍ୟାପକ ଗବେଷଣା କରିବାକୁ ବକ୍ତାମାନେ ଦୃଢ଼ ଦାବି କରିଛନ୍ତି।ପ୍ରଚାରକ ଅନନ୍ତ ମିଶ୍ର ସ୍ମୃତି ପରିଷଦ, ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ପୁଣ୍ୟାତ୍ମା ଉତ୍କଳ ଦଧୀଚି ତଥା ଦେଶମିଶ୍ରଣ ଓ ସ୍ବାଧୀନତା ସଂଗ୍ରାମର ମହାନ କର୍ମଧାର ପ୍ରଚାରକ ଅନନ୍ତ ମିଶ୍ରଙ୍କ ୧୪୩ତମ ଜୟନ୍ତୀ ଓ ଏକାଦଶତମ ତ୍ୟାଗପୂର୍ତ୍ତି ଉତ୍ସବ ଓଡ଼ିଆ ବିଶ୍ବବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ ଭାବେ ଅନୁଷ୍ଠିତ ହୋଇଯାଇଛି।ଦ୍ବିତୀୟ ଅଧୂବେଶନରେ ଡ. ହେମନୁ କୁମାର ଛୋଟରାୟଙ୍କ ସଭାପତିତ୍ୱରେ ସ୍ଥାନୀୟ ବିଧାୟକ ତଥା ପୁରୀ ଜିଲ୍ଲା ଯୋଜନା ବୋର୍ଡର ଅଧ୍ଯକ୍ଷ ଓମ୍ ପ୍ରକାଶ ମିଶ୍ର ମୁଖ୍ୟ ଅତିଥ୍ ଭାବେ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ଡ. ଧରଣୀଧର ନାଥ ଏବଂ ସମ୍ମାନିତ ବକ୍ତା ଭାବେ ପ୍ରଫେସର ବାସନ୍ତୀ ମହାନ୍ତି ଯୋଗଦେଇଥିଲେ। ଏହି ଅଧୂବେଶନରେ ସମ୍ପାଦକ ପଣ୍ଡିତ ବିଜୟ କୁମାର ଆଚାର୍ଯ୍ୟ ସମ୍ପାଦକୀୟ ପାଠ କରିଥିଲେ।ପ୍ରଥମ ଅଧୂବେଶନ ଶ୍ରୀ ନବଘନ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉଦ୍‌ଘାଟକ ଭାବେ ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ, ମୁଖ୍ୟ ଅତିଥ୍‌ ଭାବେ ପ୍ରଫେସର ଉଦୟନାଥ ସାହୁ, ମୁଖ୍ୟବକ୍ତା ଭାବେ ଡ. ଅଭିମନ୍ୟୁ ବରାଳ ଏବଂ ସମ୍ମାନିତ ଅତିଥ୍ ଭାବେ ଡ. ବଳରାମ ଦାଶ ଓ ଶିକ୍ଷାବିତ୍ କାହ୍ନୁଚରଣ ପ୍ରଧାନ ଯୋଗଦେଇଥିଲେ। ଡ. କୁଳମଣି ଓଝା ସଂଯୋଜନା କରିଥିବା ବେଳେ ପଣ୍ଡିତ ସଦାଶିବ ମିଶ୍ର ବେଦପାଠ ଏବଂ ଗବେଷକ ଭୀମସେନ ମହାପାତ୍ର ମଞ୍ଚ ସଂଚାଳନ କରିଥିଲେ। ପଦ୍ମଶ୍ରୀ ଅଶୋକ ମହାପାତ୍ରଙ୍କ ବିୟୋଗରେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ଅଧୂବେଶନରେ ୧୨୦ ଜଣ କବି ସ୍ବରଚିତ କବିତା ପାଠ କରିଥିଲେ। ବିଶାଖାଦେବୀ ଓ ମିନତୀ ମିଶ୍ର କବିତା ପାଠର ସଂଯୋଜନା କରିଥିବା ବେଳେ କବି ବିଜୟ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା।

ପ୍ରଫେସର ଉଦୟନାଥ ସାହୁଙ୍କୁ ‘ସତ୍ୟବାଦୀ ସପ୍ତସଖା ଭାଷା ସମ୍ମାନ’, ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟଙ୍କୁ ‘ପ୍ରଚାରକ ଅନନ୍ତି ମିଶ୍ର ସ୍ମୃତିରନ୍ ସ ରନ୍ ସମ୍ମାନ’, ପ୍ରଖ୍ୟାତ କଣ୍ଠଶିଳ୍ପୀ ଦୁଃଖୀଶ୍ୟାମ ତ୍ରିପାଠୀଙ୍କୁ ‘ଉତ୍କଳ ସଙ୍ଗୀତରନ୍‌ ସମ୍ମାନ’ ପ୍ରଦାନ କରାଯାଇଥିଲା।ସେହିପରି ଶିଶୁ ସାହିତ୍ୟିକ ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ଚୌଧୁରୀ ବରଦା ପ୍ରସନ୍ନ ଦାସଙ୍କୁ ‘ଉତ୍କଳ ଗଳ୍ପରନ୍ ସମ୍ମାନ’, ହାସ୍ୟକବି ରବୀନ୍ଦ୍ର ରାଉତଙ୍କୁ ‘ଉ ‘ଉତ୍କଳ ହସଫୁଲ ସମ୍ମାନ’ ଏବଂ ପ୍ରବାଚିକା ନିର୍ମଳା ଫତେସିଂଙ୍କୁ ‘ଉତ୍କଳ ବାଣୀପ୍ରଭା ସମ୍ମାନ’ରେ ସମ୍ବନ୍ଧିତ କରାଯାଇଥିଲା।ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ‘ଭାଷା ସମ୍ମିଳନୀ’ ଉନ୍ମୋଚିତ ହେବା ସହ ପଣ୍ଡିତ ବିଜୟ କୁମାର ଆଚାର୍ଯ୍ୟଙ୍କ ରଚିତ ପୁସ୍ତକ ‘ଚକାନୟନ’ ଲୋକାର୍ପିତ ହୋଇଥିଲା । କବି ବିଜୟ କୁମାର ପରିଡ଼ା ଓ କବି ମନୋରଞ୍ଜନ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଉତ୍ସବରେ ଓଡ଼ିଆ ବିଶ୍ବବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସମେତ କାଶୀନାଥ ଜେନା, ସନାତନ ତରେଇ, ଗୋବିନ୍ଦ ଚନ୍ଦ୍ର ଫରାକ, ସତ୍ୟବାଦୀ ଦାଶ, ରମେଶ ଚନ୍ଦ୍ର ଦୀକ୍ଷିତ, ରମେଶ ଚନ୍ଦ୍ର ପଣ୍ଡା, ଗଙ୍ଗାଧର ପ୍ରଧାନ, ଲକ୍ଷ୍ମୀନାରାୟଣ ପାଠୀ, ପ୍ରଭାତଚନ୍ଦ୍ର ରଥ, ବିଭୂତିଭୂଷଣ ହୋତ’ଦିଗମ୍ବର ରଥ, ସହଦେବ ସାହୁ, ଫୁଲରାଣୀ ପାଳ, ରଞ୍ଜନ ମିଶ୍ର, ମନୋରମ ଛାଟୋଇ, ନାରାୟଣ ଦାଶ, ପ୍ରଭାକର ଜେନା, ବୁଦ୍ଧିନାଥ ମଲ୍ଲିକ, ଧର୍ମପଦ ପଲାଇ, ଦୀନକୃଷ୍ଣ ପ୍ରଧାନ ଓ ଜିତେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ସରକାରଙ୍କ ପକ୍ଷରୁ ସାଂସ୍କୃତିକ ବିଚିତ୍ରା ପରିବେଷଣ କରାଯାଇଥିଲା । ଶେଷରେ ନବଘନ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *