ହୋଟେଲରେ ଗ୍ୟାସ ଟାଙ୍କି ବିସ୍ଫୋରଣ.. ୫ ଆହତ
ପୁରୀରେ ହୋଟେଲରେ ଗ୍ୟାସ ଟାଙ୍କି ବିସ୍ଫୋରଣ। ବିସ୍ଫୋରଣ ଯୋଗୁଁ ୫ ଆହତ। ମାର୍କେଟ ଛକରେ ଥିବା ଟିପି ହୋଟେଲରେ କିଚନରେ ଖାଦ୍ୟ ରାନ୍ଧିବା ବେଳେ ହଟାତ ଦୁଇଟି ଗ୍ୟାସ ଟାଙ୍କି ବିସ୍ଫୋରଣ ହେବାରୁ ୫ ଆହତ।ତେବେ ପୋଲିସ ସୂଚନା ଅନୁଯାୟୀ ହୋଟେଲ ରେଷ୍ଟରଣ୍ଟ ରେ ରିନୋଭେସନ କାର୍ଯ୍ୟ ଚାଲିଥିଲା। ଆଉ ଗ୍ୟାସ ପାଇପ ଲଗାଯାଉ ଥିଲା। ତେବେ ସେହି ପାଇପ ଫାଟି ଯିବା ସହ ଗ୍ୟାସ ବ୍ଲାଷ୍ଟ ହୋଇଥିଲା। ତେଣୁ ଅଗ୍ନିଶମ ପକ୍ଷରୁ ତା ଭିତର ଯାଞ୍ଚ ପରେ ଗ୍ୟାସ ଟାଙ୍କି କିଛି ସୁରକ୍ଷିତ ରହିଥିବା ବେଳେ ପାଇପ ଗୁଡିକ ଫାଟି ଯାଇଥିବାରୁ ଗ୍ୟାସ ହଟାତ ଅଗ୍ନି ବଳୟରେ ଆସି ବ୍ଲଷ୍ଟ ହେବାରୁ କାଚ ଫାଟିବା ସହ ଅନେକ ଆସବାବ ପତ୍ର ଜଳିଯାଇଛି. ଆଉ ତା ପ୍ରଭାବରେ ରାସ୍ତାରେ ଯାଉଥିବା ଟୁରିଷ୍ଟ ଆହତ ହେଇଛନ୍ତି। ସେପଟେ ଏଥିରେ ମୁଖ୍ୟ ସେଫ, ସହଯୋଗୀ ଓ ହୋଟେଲ କର୍ମଚାରୀଙ୍କ ସହ ହୋଟେଲର ଜଣେ ଫାୟାର ମ୍ୟାନ ବି ଆହତ ହୋଇଛନ୍ତି। ସେପଟେ ରାସ୍ତାରେ ଯାଉଥିବା ଜଣେ ମହିଳା ପର୍ଯ୍ୟଟକ ଆହତ ହୋଇଛନ୍ତି. ସେମାନଙ୍କୁ ପୁରୀ ମେଡ଼ିକାଲ ନିଆଯାଇଛି। ହୋଟେଲକୁ ସିଲ କରାଯାଇଥିବା ବେଳେ ପୁରୀ ଏସପି ପ୍ରତୀକ ସିଂ ଘଟଣା ସ୍ଥଳ ଅନୁଧ୍ୟାନ କରିବା ସହ ଅଗ୍ନିଶମ ପକ୍ଷରୁ ଅଗ୍ନି ନିରାପତା ବ୍ୟବସ୍ତା ଯାଞ୍ଚ ହୋଇଛି। ସେପଟେ ଆହତ ମାନଙ୍କୁ ଚିକିତ୍ସା କରାଯାଇଛି।
