ବ୍ୟାସନଗର କାଳୀପୂଜା ଶାନ୍ତିକମିଟି କାର୍ଯ୍ୟାଳୟ ଉଦଘାଟନ
*ବ୍ୟାସନଗର କାଳୀପୂଜା ଶାନ୍ତିକମିଟି କାର୍ଯ୍ୟାଳୟ ଉଦଘାଟନ*ବ୍ୟାସନଗର ମା କାଳୀପୂଜା ଶାନ୍ତିକମିଟି ସ୍ଥାନୀୟ ଗୋପବନ୍ଧୁ ଛକ ଠାରେ କୋରେଇ ବିଧାୟକ ଆକାଶ ଦାସନାୟକ ଙ୍କ ଦ୍ୱାରା ଉଦଘାଟନ ହୋଇଯାଇଛି l ସହରର ୧୯ ଗୋଟି ମେଢ଼ କମିଟି ରୁ ଆସିଥିବା ଶାନ୍ତିକମିଟି ର ସଭାପତି ଓ ସମ୍ପାଦକ ଙ୍କ ଉପସ୍ଥିତିରେ ଶାନ୍ତି କମିଟି ର ସମ୍ପାଦକ ବିଦ୍ୟାଧର ମହାନ୍ତି ଙ୍କ ଅଧକ୍ଷତା ରେ ପରିଚାଳନା କରାଯାଇଥିଲା l ଏହି ସଭାରେ ଉଦଘାଟକ ଭାବେ କୋରେଇ ବିଧାୟକ ଆକାଶ ଦାସନାୟକ ଫିତା କାଟି ଉଦ୍ଘାଟନ କରିବା ସହିତ ଭଷାଣି ଉତ୍ସବ କୁ ସର୍ବାଙ୍ଗ ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲାପ୍ରଶାସନ ଓ ଶାନ୍ତିକମିଟି ର କର୍ମକର୍ତ୍ତା ମାନଙ୍କ କାର୍ଯ୍ୟଦକ୍ଷତା କୁ ପ୍ରଶଂସା କରିଥିଲେ ଏବଂ ପୋଲିସ ପ୍ରଶାସନ କୁ ମଧ୍ୟ୍ୟ ଧନ୍ୟବାଦ ଦେଇଥିଲେ l ସେଇପରି ଅନ୍ୟମାନଙ୍କ ମଧ୍ୟ୍ୟରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ, ପୌର ପରିଷଦ ଅଧକ୍ଷ ସୁବାଷ ଚନ୍ଦ୍ର ବଳ, ଏସ.ଡି.ପି.ଓ ଶରତ ଚନ୍ଦ୍ର ପାତ୍ର, ଶାନ୍ତିକମିଟି ର ସଭାପତି ତଥା ଭାରପ୍ରାପ୍ତ ତହସିଲଦାର ପ୍ରଶାନ୍ତ କୁମାର ପୁହାଣ, ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ନିର୍ବାହୀ ଅଧିକାରୀ ରଂଜିତ କୁମାର ମଲ୍ଲିକ, ଯାଜପୁର ରୋଡ଼ ଥାନା ଅଧିକାରୀ ଆଶିଷ କୁମାର ସାହୁ ନିଜ ନିଜ ର ବକ୍ତବ୍ୟ ରେ ବ୍ୟାସନଗରର ଗଣପର୍ବ କାଳୀପୂଜା କେବଳ ବ୍ୟାସନଗର ସହରର ନୁହେଁ ସମଗ୍ର ଜିଲ୍ଲା ଓ ରାଜ୍ୟର ବୋଲି ମତବ୍ୟକ୍ତ କରିଥିଲେ l
