ଶ୍ରୀମନ୍ଦିର ନାଟମଣ୍ଡପ ରେ ଭକ୍ତ ପାଇବେ ଶୃଙ୍ଖଳିତ ଦର୍ଶନ !
ଶ୍ରୀମନ୍ଦିର ନାଟମଣ୍ଡପରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ରାଜ୍ୟ ସରକାରଙ୍କ ଫୋକସ୍। ଭକ୍ତଙ୍କ ଚିରସ୍ଥାୟୀ ଶୃଙ୍ଖଳିତ ଦର୍ଶନକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ରାମ୍ପ ବ୍ୟବସ୍ଥା ମଧ୍ୟରେ ଦର୍ଶନ କରିବାକୁ ଲକ୍ଷ ରଖାଯାଇଛି। ୮ ଥାକିଆ ରାମ୍ପରେ ଏକଘଣ୍ଟା ମଧ୍ୟରେ ୧୦ ହଜାର ଭକ୍ତଙ୍କ ସହଜ ଓ ଶୃଙ୍ଖଳିତ ଦର୍ଶନକୁ ନେଇ ଯୋଜନା ରହିଥିବା ବେଳେ ଧାଡି ଦର୍ଶନ ପାଇଁ ରାମ୍ପ ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ ଖୋଦ୍ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ତେବେ ଚିରସ୍ଥାୟୀ ଓ ସୁଦୃଢ ରାମ୍ପ ବ୍ୟବସ୍ଥାକୁ ଗତକାଲି ଅନୁଧ୍ୟାନ କରିଛନ୍ତି ଖୋଦ୍ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଓ ପରିଚାଳନା କମିଟିର ସଦସ୍ୟ। ତେବେ ଭକ୍ତମାନେ କିଭଳି ଧାଡି ଦର୍ଶନ ବ୍ୟବସ୍ଥା ପାଇଁ ଲାଗୁ ହେବାକୁଥିବା ରାମ୍ପ ବ୍ୟବସ୍ଥାରେ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ସେଥିପାଇଁ ପ୍ରସ୍ଥାବିତ ରାମ୍ପର ସାମାନ୍ୟ ପରିବର୍ତ୍ତନର ଆବଶ୍ୟକ ସହ ଏହାକୁ ପ୍ରଥମେ ପରୀକ୍ଷାମୂଳକ ଭାବେ ଲାଗୁ କରାଯିବ କହିଛନ୍ତି ପରିଚାଳନା କମିଟିର ସଦସ୍ୟ ଜଗନ୍ନାଥ ପୂଜାପଣ୍ଡା। ଅନ୍ୟପଟେ ନୀତିକାନ୍ତି ଓ ଦର୍ଶନରେ କିଭଳି ବାଧା ନଉପୁଜିବ ସେଥିପାଇଁ ବିଭିନ୍ନ ନିଯୋଗ ସେବାୟତଙ୍କ ପରାମର୍ଶ ଆଧାରରେ ପ୍ରସ୍ଥାବିତ ରାମ୍ପରେ ସାମାନ୍ୟ ସୁଧାର ଆବଶ୍ୟକ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଦୈନିକ ଶ୍ରୀକ୍ଷେତ୍ରକୁ ଛୁଟି ଆସୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ପର୍ବପର୍ବାଣୀ ଓ ଛୁଟିଦିନରେ ଭିଡ଼ ଆହୁରି ବଢ଼ୁଛି। ନାଟମଣ୍ଡପ ଓ ଜଗମୋହନରେ ଭିଡ଼ ନିୟନ୍ତ୍ରଣ ସହ ସମସ୍ତ ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନ କରାଇବା ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଧାଡ଼ି ଦର୍ଶନ ଯୋଜନା। କାର୍ତ୍ତିକ ମାସପରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏଥିରେ ପୁର୍ନବାର ସାମାନ୍ୟ ପରିବର୍ତ୍ତନ ଆବଶ୍ୟକ ବୋଲି ପରିଲକ୍ଷିତ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ସେପଟେ ବିଳମ୍ବ ହେଉଥିଲେ ମଧ୍ୟ ଭକ୍ତଙ୍କ ପାଇଁ ପ୍ରସ୍ଥାବିତ ନାଟମଣ୍ଡପରେ ଧାଡି ଦର୍ଶନ ବ୍ୟବସ୍ଥା ପାଇଁ ରାମ୍ପର ବାରମ୍ବାର ତର୍ଜମା ଆବଶ୍ୟକ ବୋଲି କହିଛନ୍ତି ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର। ତେବେ ନାଟମଣ୍ଡପ ଭିତରେ ପ୍ରବଳ ଭିଡ ଯୋଗୁଁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଶ୍ରଦ୍ଧାଳୁ ମାନେ ସରକାରଙ୍କ ଧାଡି ଦର୍ଶନ ବ୍ୟବସ୍ଥାକୁ ସ୍ୱାଗତ କରିଥିବା ବେଳେ ଏହାକୁ ଖୁବଶୀଘ୍ର ଲାଗୁ କରିବାକୁ ଅନୁରୋଧ କରିଛନ୍ତି। ଫାଭିଓ-ତେବେ ପ୍ରଶ୍ନ ଉଠୁଛି, ବାରମ୍ବାର ଡିଜାଇନ୍ ପରିବର୍ତ୍ତନ ପରେ ଏଥର କ’ଣ ଚୂଡ଼ାନ୍ତ ରୂପ ନେବ ଧାଡ଼ି ଦର୍ଶନ ବ୍ୟବସ୍ଥା? ନୂଆ ରାମ୍ପ ଭକ୍ତଙ୍କ ଦର୍ଶନକୁ କେତେ ସହଜ କରିବ? ଏବେ ଅପେକ୍ଷା ଚୂଡ଼ାନ୍ତ ଅନୁମୋଦନ ଓ କାର୍ଯ୍ୟକାରିତାକୁ।
