ଶିଶୁ ଦିବସ ଉପଲକ୍ଷେ ଅନାଥ ଶିଶୁମାନଙ୍କୁଶୀତବସ୍ତ୍ର,ଫଳ,ଫଳ,ବିସ୍କୁଟ,ଚକୋଲେଟ ବଣ୍ଟନ
ଅଦ୍ୟ ତା ୧୪.୧୧.୨୦୨୬ ରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ରାୟଗଡ ଓ୍ବାକର୍ସ କ୍ଲବ୍ ତରଫରୁ ୨୦୨୬ ବର୍ଷର ଶିଶୁ ଦିବସ ଉପଲକ୍ଷେ ରାୟଗଡର ସାଇପ୍ରିୟା ନଗରସ୍ଥ ଏକ ଶିଶୁ ସଦନର ଅନାଥ ଶିଶୁମାନଙ୍କୁ କମ୍ବଳ,ସୁଇଟର,ଫଳ,ବିସ୍କୁଟ ,ଚକୋଲେଟ ବଣ୍ଟନ କରା ଯାଇଥିଲା । ତତ୍ ସଙ୍ଗେ ସଙ୍ଗେ ଅନାଥ ଶିଶୁମାନଙ୍କର ଯତ୍ନ ନେଉଥିବା ଆୟାମାନଙ୍କୁ ସେବା କାର୍ଯ୍ୟରେ ଉତ୍ସାହିତ କରିବା ପାଇଁ ସେମାନଙ୍କୁ ଖଣ୍ଡିଏ ଲେଖାଏଁ ଶାଢ଼ୀ ବଣ୍ଟନ କରା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କ୍ଲବର ସଭାପତି ଶ୍ରୀ ବ୍ରଜ ସୁନ୍ଦର ନାୟକ,ସଂପାଦକ ଶ୍ରୀ ମନ୍ମଥ ତୁଳ,ମୁଖ୍ୟ ଉପଦେଷ୍ଟା ଶ୍ରୀ ସତ୍ୟବାଦୀ ପତି,ଆଞ୍ଚଳିକ ସଂଯୋଜକ ଶ୍ରୀ ଟି.ଜୟରାମ,ସଭାପତି (ଇଲେକ୍ଟ)ଶ୍ରୀ ଜଳନ୍ଧର ପୁଷିକା,କୋଷାଧ୍ୟକ୍ଷ (ଇଲେକ୍ଟ)ଶ୍ରୀ ରାମଚନ୍ଦ୍ରୁଡୁ ସାହୁକାର,ଆଇ.ପି.ପି.ଶ୍ରୀ ଦାଶରଥି ରାଜଗୁରୁ ଓ୍ବାକର୍ସ ସଦସ୍ୟ ଶ୍ରୀ ମାଙ୍ଗେଲାଲ ଜୈନ,ଓ୍ବାକର୍ସ ସଦସ୍ୟ ଶ୍ରୀ ମଙ୍ଗଳମୂର୍ତ୍ତି ବେଉରିଆ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।
