ଭତ୍ତା ନାଁ ରେ ହଇରାଣ

ଭତ୍ତା ନାଁ ରେ ହଇରାଣ !!
ଭତ୍ତା ଆଶାରେ ଆସି ଗଛ ମୂଳେ ଆଶ୍ରୟ ନେଲେ !
ଭତ୍ତା ଯୋଜନା ବଦଳିଲା,
ଲୋକେ ଆସି କି ହଇରାଣ??
ବରଗଡ ଜିଲ୍ଲା ପ୍ରତିନିଧି ତୀର୍ଥକ୍ଷେତ୍ର

ସ୍ଥାନ -ଗାଇସିଲେଟ ତା 13-11-26ରିଖ
ଯୋଜନାର ଉନ୍ନତି ମୂଳକ ପରିବର୍ତନ କିନ୍ତୁ ପ୍ରଶାସନର ପରିବର୍ତ୍ତନ ହେଲାନାହିଁ, କାରଣ ଭତ୍ତା ଆଶାୟୀ ଖରା ବର୍ଷ ଶୀତରେ ସରକାରଙ୍କ ଠାରୁ କିଛି ପାଇବାର ଅସlନେଇ ଦୌଡ଼ି ବ୍ଲକ ରେ ପହଁଞ୍ଚି ଗଛ ମୂଳେ ଆଶ୍ରୟ ନେଉଛି l ଘଟଣାଟି ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ପରିସର ଘଟିଛି l ଆଜି “ଭତ୍ତା ପାଇଁ ଅପେକ୍ଷାରେ ଯୁଗ ସରିଲା “କାର୍ଯ୍ୟକ୍ରମରେ ଏକ ଭଲ ଯୋଜନା ସରକାର ତିଆରି କରିଛନ୍ତି, କିନ୍ତୁ ସରକାରଙ୍କ ଯୋଜନାଧିନ ଖର୍ଚ୍ଚ ସବୁ ଅପବ୍ୟୟରେ ସରୁଛି l ଘଟଣାଟି ବୁଝିବାକୁ ଅଡୁଆ କିନ୍ତୁ ସ୍ଵଷ୍ଟ l ଲୋକେ ଭତ୍ତା କିଛି ପାଇବାର ପ୍ରୟାସ ରଖି ଗାଇସିଲେଟ ପଞ୍ଚାୟତ ସମିତି ପରିସରରେ ହେଉଥିବା କାର୍ଯ୍ୟକ୍ରମରେ ଉପସ୍ଥିତି ରହି ପରିସରରେ ଥିବା ଗଛ ମୂଳେ ଆଶ୍ରୟ ନେବାକୁ ବାଧ୍ୟ ହେଲେ l କାରଣ ତିଆରି ମଞ୍ଚ ପାଖରେ 15/20ft ରେ ଏକ ବସିବା ଗ୍ରାସ ଦରି ପଡିଛି l ଅଥଚ କିଛି ଲୋକ ବସି ବାକି ଅଧିକାଂଶ ଜଗା ନ ପାଇ ନିରାଶରେ ଏପଟ ସେପଟ ବୁଲି ହଇରାଣ ହେବାକୁ ବାଧ୍ୟ ହୋଇଛନ୍ତି l କେବଳ ସେତିକି ନୁହେଁ ଲୋକଙ୍କ ପିଇବା ପାଇଁ କିଛି ପାଣିର ସୁବିଧା ନ ଥିବାରୁ ଶୋଷିଲା ହୋଇ ଏପଟ ସେପଟ ବୁଲି ହଇରାଣ ବିନା ଆଉ କିଛି ନାହିଁ l ଏହାର ଦାୟିତ୍ୱରେ କିଏ ଅଛି ଲୋକେ ଜାନି ନ ପରି ହନ୍ତସନ୍ତ ହେଉଛନ୍ତି l ଆହୁରି କିଏ ଖାଇଥିବ ତ କିଏ ଖାଇ ନ ଥିବ, କାହାର ସ୍ୱାସ୍ଥ୍ୟ କିଛି ହୋଇଥିବ ପ୍ରଶାସନ ଏ ଦିଗରେ ଭାବି ପାରିନାହିଁ କି ଭାବିବାର କିଛି ପ୍ରୟୋଜନ ନାହିଁ l କାରଣ ନିଜ ସ୍ୱାର୍ଥ ଉପରେ ଅସୁବିଧା ହେଉ ନାହିଁ l କିନ୍ତୁ ଏ ଭାବନା ଭବିଷ୍ୟତକୁ ଅଲଗା ମୋଡ଼ ନେବାର ଆଶା ବେଶୀ ରହିବ l କଥାରେ କହିବା ଓ କାମରେ ଦେଖାଇବା ବର୍ତ୍ତମାନ ବିପରୀତ ବୋଧକ l ପ୍ରବାଦ ଅଛି ମାନବ ସେବା ମାଧବ ସେବା କିନ୍ତୁ ଏ ସଭ୍ୟତା ଗୋପବନ୍ଧୁ ଦାସଙ୍କ ଓଲଟା କହୁଛି —
ମିଶୁ ମୋର ଦେହ………
ମିଶୁ ଦେଶପାଣ୍ଠି ମୋ ନିଜ
ପାଣ୍ଠିରେ,
ଚାଲିଯିବି ମୁହିଁ ଏ ଦେଶପିଠିରେ,
ସାରା ଦେଶ ରାଜ୍ୟେ ଅଛି
ଯେତେ ଗାଢ଼,
ପୁରୁତହିଁ ପଡି ମୋର ଗୁହ ପାଡ଼ l
ଏମିତି ଭାବନା ଓ ସ୍ୱାର୍ଥକୁ ନେଇ ଦେଶକୁ ପଛରେ ପକାଇବାର ଆଶା ଏକ ନର୍କର ଆଶା ସହିତ ସମାନ ବୋଲି କୁହା ଯାଇପାରେ,! ତ୍ରିଲୋଚନ ପଣ୍ଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *