ମଝି ଜଙ୍ଗଲରୁ ମିଳିଲା ଯୁବକଙ୍କ ଖପୁରି।
ମଝି ଜଙ୍ଗଲରୁ ମିଳିଲା ଯୁବକଙ୍କ ଖପୁରି। ହତ୍ୟା ଅଭିଯୋଗ ଆଣିଲେ ସମ୍ପର୍କୀୟ। ସୂଚନା ଅନୁଯାୟୀ ବ୍ରହ୍ମଗିରି ଥାନା ଅନ୍ତର୍ଗତ ଗଡ଼ ରୋଡଙ୍ଗ ସଅର ସାହି ଜଙ୍ଗଲରେ ଦେଖିବାକୁ ମିଳିଛି ଏକ ଶରୀର ବିହୀନ ଖପୁରୀ। ଖପୁରୀଟି ଏକ କିଆବୁଦା ମୂଳରେ ପଡ଼ିଥିବା ବେଳେ ଏ ପର୍ଯ୍ୟନ୍ତ ଠାବ ହୋଇନାହିଁ ଶରୀରର ଅବଶିଷ୍ଟ ଅଂଶ। ଖପୁରୀ ଦେଖି ପୋଲିକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ ଖାବର ପାଇ ଘଟଣା ସ୍ଥଳରେ ପଂହଁଚି ତଦନ୍ତ ଆରମ୍ଭ କରିଛି ବ୍ରହ୍ମଗିରି ପୋଲିସ। ଖପୁରି ନିକଟରୁ ସାର୍ଟ ଓ ପ୍ୟାଣ୍ଟ ଦେଖି ଏହି ଖପୁରି ଟି ଗଡ଼ରୋଡ଼ଙ୍ଗ ଗ୍ରାମର ସଅର ସାହି ର କ୍ରିଷ୍ଣା ବଢ଼େଇ ବୋଲି ସମ୍ପର୍କୀୟଙ୍କ ଅଭିଯୋଗ କରିଛନ୍ତି, ତେବେ ଅଭିଯୋଗ ମୁତାବକ ଉକ୍ତ ଯୁବକ ଜଣକ ପ୍ରାୟ ଏକ ମାସ ହେବ ନିଖୋଗ ଥିଲେ, ସାଙ୍ଗ ମାନଙ୍କ ସହିତ ଜଙ୍ଗଲକୁ ଯାଇ ଆଉ ଫେରିନଥିଲେ, ପରବର୍ତୀ ସମୟରେ ପରିବାର ଲୋକଙ୍କ ସନ୍ଦେହ ହେବାରୁ ବ୍ରହ୍ମଗିରି ଥାନାରେ ଏକ ଲିଖିତ ଅଭିଯୋଗ କରିଥଲେ, ଏତଦ ବ୍ୟତୀତ ଯୁବକଙ୍କୁ ହତ୍ୟା କରାଯଇଛି ବୋଲି ସମ୍ପର୍କୀୟ ଅଭିଯୋଗ କରିଛନ୍ତି
