ପଞ୍ଚକ ମହୋତ୍ସବର ଦ୍ବିତୀୟ ସଂଧ୍ୟା ପ୍ରବଚନ ଭଜନ ଓ ନୃତ୍ଯରେ କମ୍ପିଲା ମଞ୍ଚ
ପୁରୀ,୨୨/୧୧- ବଡଦାଣ୍ଡ ବଳଗଣ୍ଡି ସ୍ଥିତ ମା ମାଉସୀମାଙ୍କ ପୀଠରେ ଅନୁଷ୍ଠିତ ୧୧ତମ ପଞ୍ଚକ ମହୋତ୍ସବର ଦ୍ବିତୀୟ ସଂଧ୍ୟାରେ ଭଜନ ପ୍ରବଚନ ସଂକୀର୍ତନ ଓ ବିଭିନ୍ନ ଭକ୍ତିଭାବପୂର୍ଣ୍ଣ ନୃତ୍ଯରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । କାର୍ତ୍ତିକ ବ୍ରତଧାରୀ, ହବିଷାଳୀ,ଧାର୍ମିକ ବ୍ଯକ୍ତି ଓ ସହରବାସୀ ମାନେ ଏହି ମହୋତ୍ସବକୁ ଶେଷ ପର୍ଯ୍ୟନ୍ତ ବସି ରହି ଉପଭୋଗ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ବିଦ୍ବତ ପରିଷଦ ଅଧ୍ୟକ୍ଷ ମନୋଜ କୁମାର ରଥ, ବରିଷ୍ଠ ଶିଳ୍ପପତି ରାଜକିଶୋର ପାତ୍ର, ବରିଷ୍ଠ ସେବାୟତ ଭଗବାନ ସୁଆର,ବରିଷ୍ଠ ସେବାୟତ ସତ୍ଯନାରାୟଣ ଗୁରୁ, ବରିଷ୍ଠ ସେବାୟତ ନୀଳମଣୀ ଗୁରୁ , ବରିଷ୍ଠ ସେବାୟତ ଜୟନ୍ତ କୁମାର ମହାସୁଆର, ସାଧାରଣ ସମ୍ପାଦକ ବରିଷ୍ଠ ସାମ୍ବାଦିକ ସତ୍ଯନାରାୟଣ ଦାଶ କମିଟିର ଅଧ୍ୟକ୍ଷ ଚକ୍ରଧର ମହାପାତ୍ର, ସହ ସମ୍ପାଦକ ବିନୋଦ ପରିଡା,ସଂସ୍କୃତି ସଂଗଠକ ରଜନୀ ମିଶ୍ର, ସଂଯୋଜକ ଜ୍ଯୋତି ପ୍ରକାଶ ଜେନା ,କୋଷାଧ୍ୟକ୍ଷ ସୋହନ ପାଶୋରିଆ ପ୍ରମୁଖ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ବଳନ କରି କହିଲେ ମାସ ମାନଙ୍କ ମଧ୍ଯରେ ଧାର୍ମିକ ମାହାତ୍ମ୍ୟ ଅଧିକ ରହିଛି । ଏକମାସ ଧରି ଶ୍ରୀମନ୍ଦିରରେ ରାଧା ଦାମୋଦର ବେଶ ଓ ପଞ୍ଚୁକରେ ପାଞ୍ଚ ପ୍ରକାର ବେଶ ଦର୍ଶନ କରି ହବିଷାଳୀ ଓ ଶ୍ରଦ୍ଧାଳୁ ସେମାନଙ୍କ ପୂଣ୍ୟ ଅର୍ଜନ କରିଥାନ୍ତି ।ପଞ୍ଚକ ମହୋତ୍ସବ କମିଟିର ସଭାପତି ଜଗନ୍ନାଥ ଦାସ ମହାପାତ୍ର ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହ ସମ୍ମାନିତ କରାଯାଇଥିଲା । ଏହି ଉତ୍ସବରେ ସମାଜସେବା ପାଇଁ ରଘୁନାଥ ମହାନ୍ତି , ପ୍ରବଚକ ଓ ନୃତ୍ଯ ନିର୍ଦ୍ଦେଶକଙ୍କୁ ମଧ୍ଯ ଅତିଥିମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ରାମଚନ୍ଦ୍ର ଦୋରାଙ୍କ ରାଧେ ରାଧେ ଧ୍ବନିରେ ଧାର୍ମିକ ମାହୋଲ ସୃଷ୍ଟି ହୋଇଥିଲା । ପରେ ନାମ ସଂକୀର୍ତନ ଓ ହୁଳୁହୁଳି, ହରିବୋଲ ଓ ଜୟ ଜଗନ୍ନାଥ ଧ୍ବନିରୁ ପ୍ରବଚନ ଆରମ୍ଭ ହୋଇଥିଲା । ପଣ୍ଡିତ ବାଣୀ ଭୂଷଣ ଶାସ୍ତ୍ରୀଙ୍କ ହରିକଥା ଓ ଆର୍ଶିବଚନ ଶ୍ରଦ୍ଧାଳୁ ମାନେ ଶ୍ରବଣ କରିଥିଲେ । ପୁରୀର ମନୀଷା କଳା ନିକେତନର ନିର୍ଦ୍ଦେଶକା ମନିଷା ମହାନ୍ତିଙ୍କ ନିର୍ଦ୍ଦେଶନାରେ ନୃତ୍ଯଶିଳ୍ପୀ ମାନେ ମାହାରୀ, ଶ୍ରୀମନ୍ଦିର ଭଜନନୃତ୍ଯ ସହ ସମ୍ବଲପୁରୀ ନୃତ୍ଯ ପରିବେଷଣ କରିଥିଲେ । ଗଞ୍ଜାମ ବଡଖରିଡାର ଶ୍ରୀକାଳେଶ୍ବର ରଣାପା ନୃତ୍ଯ ନିର୍ଦ୍ଦେଶକ ଭରତ ବିଶୋଇଙ୍କ ନିର୍ଦ୍ଦେଶନାରେ ନୃତ୍ଯଶିଳ୍ପୀ ସାନୁ ସେଠୀ ନୃତ୍ଯ ପରିବେଷଣ କରିଥିଲେ । ଭୁବନେଶ୍ବର ସୀତାଂଶୁ ଶେଖର ରାଉତ ଓ ସାଥୀଙ୍କ ଦ୍ବାରା ଭଜନ ପରିବେଷଣ କରାଯାଇଥିଲା । ଭରତ ନାୟକ ଓ ବିଶ୍ୱନାଥ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । । ମହୋତ୍ସବ ଅଭ୍ୟର୍ଥନା କମିଟିର ସମ୍ପାଦକ ସାମ୍ବାଦିକ ମଧୁସୂଦନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ମହୋତ୍ସବ କମିଟି କାର୍ଯ୍ୟକାରୀ ତ୍ରିଲୋଚନ ରଥ, ଅଡିଟର ବୀରେନ୍ଦ୍ର କୁମାର ଶାସ୍ତ୍ରୀ,ଉପଦେଷ୍ଟା କମିଟି ଭଗବାନ ମିଶ୍ର ,ଭୀମସେନ ପ୍ରଧାନ,ନିରଦ ପ୍ରଭା ପଟ୍ଟନାୟକ,କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ସମେତ ଗୋପୀନାଥ ମହାନ୍ତି, ପ୍ରଫୁଲ୍ଲ କୁମାର ସାହୁ ମନୋରଞ୍ଜନ ରଣସିଂହ, ନିରଞ୍ଜନ ଶତପଥୀ, ପ୍ରଭୁଦତ୍ତ ମିଶ୍ର, ଗୋଲଖ ବିହାରୀ ସାହୁ ତୁଷାରକାନ୍ତ ରାଓ,ରଘୁନାଥ ମହାନ୍ତି, ସର୍ବେଶ୍ଵର ଭଟ୍ଟ, କାଶୀନାଥ ସେଠୀ, ଜିତେନ୍ଦ୍ର ମହାନ୍ତି, ପୂର୍ଣ୍ଣଚନ୍ଦ୍ର ମହାନ୍ତି ଓ ରମାକାନ୍ତ ଚୌଧୁରୀ ପ୍ରମୁଖ ସହଯୋଗ କରିଥିଲେ । ଶତାଧିକ ହବିଷାଳୀ, ତୀର୍ଥଯାତ୍ରୀ, ପର୍ଯଟକ,ଶ୍ରୋତା ଓ ସହରବାସୀ ମହୋତ୍ସବକୁ ଉପଭୋଗ କରିଥିଲେ ।
