ପୀଡ଼ିତା ନାବାଳିକା
ବଳଙ୍ଗା ଥାନା, ଜିଲ୍ଲା-ପୁରୀମାମଲା ସୂଚନା: ବଳଙ୍ଗା ଥାନା କେସ୍ ନଂ-୫୬, ତାରିଖ-୧୪.୦୨.୨୦୨୬, ଧାରା-୧୩୭(୨)/୭୬/୩(୫) BNS ଏବଂ ଧାରା-୮ POCSO Act.ଅଭିଯୋଗକାରୀ: ନାରଣ ନାୟକ (୪୫), ପିତା-ରାମଚନ୍ଦ୍ର ନାୟକ, ଗ୍ରାମ-ଜୋପନ, ଥାନା-ବଳଙ୍ଗା, ଜିଲ୍ଲା-ପୁରୀ।ଅଭିଯୁକ୍ତ: ସୋମନାଥ ପାତ୍ର @ ସୋନୁ (୨୫), ପିତା-ସ୍ୱର୍ଗତ ସୁରିଆ @ ସୁରେନ୍ଦ୍ର ପାତ୍ର, ଗ୍ରାମ-ଜୋପନ, ଥାନା-ବଳଙ୍ଗା, ଜିଲ୍ଲା-ପୁରୀ।ଜବତ ସାମଗ୍ରୀ: ଗୋଟିଏ ମୋଟରସାଇକେଲ, ଯାହାର ପଞ୍ଜୀକରଣ ନମ୍ବର OD-13-W-5014 ଏବଂ ଏହା ସମ୍ବନ୍ଧୀୟ ଆବଶ୍ୟକୀୟ କାଗଜପତ୍ର ଜବତ କରାଯାଇଛି। ଏଥିସହିତ, ନାବାଳିକା ପୀଡ଼ିତାଙ୍କ ଜନ୍ମ ପ୍ରମାଣପତ୍ର ଓ ଆଧାର କାର୍ଡ ମଧ୍ୟ ଜବତ କରାଯାଇଛି।ତଦନ୍ତକାରୀ ଅଧିକାରୀ: ଏସ୍.ଆଇ. ଶୁଭଲକ୍ଷ୍ମୀ ପଟ୍ଟନାୟକ, ବଳଙ୍ଗା ଥାନା, ପୁରୀ।ମାମଲାର ସଂକ୍ଷିପ୍ତ ବିବରଣୀ:ଗତ ତା.୧୪.୦୨.୨୦୨୬ ରିଖ ରାତ୍ରି ପ୍ରାୟ ୧୧.୦୦ ଘଟିକା ସମୟରେ ବଳଙ୍ଗା ଥାନାରେ ଜୋପନ ଗ୍ରାମର ଅଭିଯୋଗକାରୀ ନାରଣ ନାୟକ ତାଙ୍କର ୧୪ ବର୍ଷୀୟା ନାବାଳିକା ଝିଅଙ୍କ ସହ ଘଟିଥିବା ଏକ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ଅନୁଯାୟୀ, ତା.୧୪.୦୨.୨୦୨୬ ରିଖ ସନ୍ଧ୍ୟା ପ୍ରାୟ ୬.୦୦ ଘଟିକା ସମୟରେ ପୀଡ଼ିତା ନିଜ ବଡ଼ ଭଉଣୀ ରୋଜାଲିନ୍ ନାୟକଙ୍କ ସହ ନୁଆହାଟରୁ ଟ୍ୟୁସନ୍ ସାରି ଘରକୁ ଫେରୁଥିବା ସମୟରେ ଜୋପନ ଗ୍ରାମ ନିକଟସ୍ଥ ଏକ ନିଛାଟିଆ ରାସ୍ତାରେ ଉକ୍ତ ଗ୍ରାମର ସୋମନାଥ ପାତ୍ର ଓ ରାଜା ପାଇକରାୟ ଏକ ମୋଟରସାଇକେଲ (ପଞ୍ଜୀକରଣ ନଂ-OD-13-W-5014) ଯୋଗେ ଆସି ସେମାନଙ୍କୁ ଅଟକାଇଥିଲେ। ଏହାପରେ ଅଭିଯୁକ୍ତ ସୋମନାଥ ପାତ୍ର ପୀଡ଼ିତାଙ୍କ ହାତ ଧରି ଜୋରଜବରଦସ୍ତ ରାସ୍ତା ପାର୍ଶ୍ୱସ୍ଥ କେନାଲ ହୁଡ଼ା ଆଡ଼କୁ ଟାଣି ନେଇ ତାଙ୍କର ଶାଳୀନତା ହାନି କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ପୀଡ଼ିତାଙ୍କ ବଡ଼ ଭଉଣୀଙ୍କ ଚିତ୍କାର ଶୁଣି ପରିବାରର ଅନ୍ୟ ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ। ଏହାପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ, ରାଜା ପାଇକରାୟ ଏବଂ ପୀଡ଼ିତାଙ୍କ ଜଣେ ସମ୍ପର୍କୀୟଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ପୂର୍ବରୁ ପାରିବାରିକ ଶତ୍ରୁତା ରହିଥିଲା। ଉକ୍ତ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଅଭିଯୁକ୍ତ ମିଳିତ ଭାବେ ଏହି ଘଟଣା ଘଟାଇବାକୁ ଯୋଜନା କରିଥିବା ଏବଂ ସେମାନଙ୍କ ଗ୍ରାମର ଟୁକୁଣା ନାୟକଙ୍କଠାରୁ ମୋଟରସାଇକେଲ ଆଣିଥିବା ତଦନ୍ତରୁ ଜଣାପଡ଼ିଛି। ଏହି ମାମଲାରେ ଅଭିଯୁକ୍ତ ସୋମନାଥ ପାତ୍ର @ ସୋନୁଙ୍କୁ ତା.୨୭.୧୧.୨୦୨୬ ରିଖରେ ଗିରଫ କରାଯାଇ ଧାରା-୧୨୬(୨)/୭୪/୩(୫) BNS ଏବଂ POCSO ଆଇନର ଧାରା-୮ ଅନୁଯାୟୀ ମାନ୍ୟବର ଅଦାଲତକୁ ଚାଲାଣ କରାଯାଇଛି।
