ନାରାୟଣା ଗ୍ରୁପ ଅଫ ସ୍କୁଲର ଉତ୍ସାହ ଜନକ ସଫଳତା
ଓଡ଼ିଶାରେ ଉନ୍ନତ ମାନର ଶିକ୍ଷା ସେବା ଯୋଗେଇବାର ଲକ୍ଷରେ ପ୍ରତିବଦ୍ଧିତ ଥିବା ନାରାୟଣା ଗ୍ରୁପ ଅଫ ସ୍କୁଲ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରୁଛି। ଭୁବନେଶ୍ୱର ସ୍ଥିତ ପଟିଆ ନାରାୟଣା ସ୍କୁଲ , ୟୁନିଟ 8, ଓ ହାଇଟେକ ସ୍ଥିତ ସେଣ୍ଟର, କଟକ ପୃଷ୍ଟି ବଗିଚା ସ୍ଥିତ ନାରାୟଣା ଗ୍ରୁପ ଅଫ ସ୍କୁଲ ପରୀକ୍ଷା ରେ ସଫଳତା ପାଇଥିବାଛାତ୍ରଛାତ୍ରୀ ଙ୍କୁ ଅନୁଷ୍ଠାନିକ ଭାବେ ସମ୍ବର୍ଦ୍ଧନା ଦିଆଯାଇଛି । ନାରାୟଣା ସ୍କୁଲର ଛାତ୍ରଛାତ୍ରୀ ଆଇ.ଆଇ.ଟି /ମେଇନ ରେ କୃତିତ୍ୱ ଲାଭ କରିବା ସହ ସି.ବି.ଏସ.ଇ ବୋର୍ଡ ପରୀକ୍ଷା ରେ ମଧ୍ୟ ସଫଳତା ଅର୍ଜନ କରିଛନ୍ତି.. ସୌମ୍ୟରଞ୍ଜନ ଦାସ 95 ପ୍ରତିଶତ ଓ ପ୍ରିୟଦର୍ଶିନୀ ସାହୁ 92ପ୍ରତିଶତ ରଖି ଉତୀର୍ଣ୍ଣ ହୋଇଛନ୍ତି । ସଫଳତାର ଶ୍ରେୟ ମାତା,ପିତା ଓ ନାରାୟଣା ସ୍କୁଲର ଅଧ୍ୟାପକ ଓ ଅଧ୍ୟାପିକା ଓ ସ୍କୁଲର ସମସ୍ତ କର୍ମକର୍ତା ଙ୍କୁ ପରିଚାଳନା କମିଟିଙ୍କୁ ଧନ୍ୟବାଦ ଦେଇଥିଲେ ।
