_ଅମୃତଧାରା ରୁ ଝରୁଛି ବିଷାକ୍ତ ରାଜନୀତି ପାଣି

_ଅମୃତଧାରା ରୁ ଝରୁଛି ବିଷାକ୍ତ ରାଜନୀତି ପାଣି କଥା ରେ ଅଛି ଜଳ ବହୁଳେ ସୃଷ୍ଟି ନାଶ ଜଳ ବିହୁନେ ସୃଷ୍ଟି ନାଶ |ଜଳ ଆବଶ୍ୟକ ସାଧାରଣ ଜୀବନରେ କେତେ ଜରୁରୀ ତାହା ବର୍ଣନା ବାହାରେ |ସେଥିପାଇଁ ତ ସରକାର ଜଳ ଯୋଜନା କାର୍ଯ୍ୟକ୍ରମ ର ନାମ ଅମୃତଧାରା ବୋଲି ପ୍ରଚଳିତ କରିଛନ୍ତି |ଏହି ଯୋଜନାରେ ମୂଳ ଲଖ୍ୟ ଯେଉଁ ଅଞ୍ଚଳ ରେ ଲୋକମାନେ ଜଳ ରୁ ବଂଚିତ ହେଉଛନ୍ତି ସେଠାରେ ମୁଖ୍ୟତଃ ଜଳଯୋଗାଣ କରି ଲୋକଙ୍କ ମୁଖ ରେ ଟିକେ ହସ ଭରିବା | ଏହା ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟ କହିଲେ ଅତୁକ୍ତି ହେବନି |ପରନ୍ତୁ ଆଜିର ପ୍ରଶାସନ ଏତେ ଅନ୍ଧାର ରେ ରହିଛନ୍ତି ଯେ ଲୋକଙ୍କ ଅସୁବିଧା ନଜରରେ ପଡୁନି |ଜନସାଧାରଣ ଅନେକ ବାର ଅନୁରୋଧ କଲା ପରେ ମଧ୍ୟ ଗୋଟେ ପ୍ରକାର ଲୁଚକାଳି ଖେଳୁଛି ପ୍ରଶାସନ |ଜଳ କୁ ନେଇ ବି ରାଜନୀତି କରିବାକୁ ପଛେଇ ନାହାନ୍ତି ସେମାନେ |ଅମୃତଧାରା ଯୋଜନା କରି ଯେଉଁ ଉପକୃତ ଆଶାରେ ସରକାର ଏହି ଯୋଜନା ର ଆରମ୍ଭ କରିଥିଲେ ସେହି ଯୋଜନା କୁ ମୂଳତପାତ କଲେଣି କତୃପକ୍ଷ ବିଭାଗ |ଗୋଲାମୁଣ୍ଡା ବ୍ଲକ ଚପ୍ରିୟା ଗ୍ରାମପଂଚାୟତ ର ତୁରେଛଡା ଗ୍ରାମ ରେ ଲୋକେ ପାଣି ପାଇଁ ଆତୁର |ତାହା କୁ ଆହୁରି ଅସହ୍ୟ କରୁଛି ଗ୍ରୀଷ୍ମ ପ୍ରବାହ | ସରକାରଙ୍କ ଅମୃତଧାରା ଯୋଜନା ତ ଅଛି ପରନ୍ତୁ ସେଥିରୁ ବିଷାକ୍ତ ରାଜନୀତି ର ପାଣି ଝରୁଛି | ଆଗକୁ ନିର୍ବାଚନ ତା ମଧ୍ୟରେ ବାରମ୍ବାର ଅନୁରୋଧ ସତ୍ୱେ କିଛି ଦିନ ପାଣି ଲୋକେ ପାଉଛନ୍ତି ତ ପୁଣି କିଛି ଦିନ ଠପ |ମଝିରେ ଅନେକ ଥର ଲୋକେ ଏହାର ଅଭିଯୋଗ କଲାପରେ ପ୍ରଶାସନ ଆଖି ଖୋଲିଲା ଏବଂ ପୁନଃ ଜଳ ଯୋଗାଣ ଆରମ୍ଭ ହୋଇଥିଲା |କିଛି ଦିନ ପରେ ପୁଣି ଅକାମି ହୋଇଗଲା ଅମୃତଧାରା | ଆଉ ଏବେ ତ ବଧିର ମୁକ ପରୀ ରହିଛି ପ୍ରଶାସନ |ନା କିଛି ଶୁଣୁଛନ୍ତି ନା କିଛି ପ୍ରତିକ୍ରିୟା ଦେଉଛନ୍ତି ନା ଅଛି ଲୋକଙ୍କ ଚିନ୍ତା ଏଭଳି ପରିସ୍ଥିତି ରେ ଗାଁ ଲୋକେ ବାର ଦୁଆର ବୁଲିଲା ପରୀ ଏ ଅଫିସର ଠୁ ସେ ଅଫିସ ଯାଏ ଖରା ରେ ବୁଲୁଛନ୍ତି ପରନ୍ତୁ ସମସ୍ତେ ରାଜନୀତି ର ଲୁଡୁଗୋଟି ଚଳାଇ ଲୋକଙ୍କୁ ବୋକା ବନାଉଛନ୍ତି |ଏଠାରେ ନେତା ମାଳକୁ ମାଳ ରାଜନୀତି ଜୋରଦାର ପରନ୍ତୁ କାମ ନିଜର ଉନ୍ନତି ପାଇଁ ହିଁ ହଉଛି |ଲୋକେ କେବଳ ଭୋଟ ବେଳେ ହିଁ ଭାଇ ବନ୍ଧୁ ଭଳି କାମରେ ଆସନ୍ତି ନିର୍ବାଚନ ସାରିଲେ ସବୁ ଆଶା ସବୁ ପ୍ରତିଶୃତି ପାଣି ଫୋଟକା ପରୀ ମିଳେଇ ଯାଏ |ନିର୍ବାଚନ ଆସୁଛି ତେଣୁ ଅମୃତଧାରା ରୁ ନିହାତି ପାଣି ଝରିବ ପରନ୍ତୁ ନିର୍ବାଚନ ସରିଲେ ଜଳ ଯୋଜନାରେ ମଧ୍ୟ ପୂର୍ଣ୍ଣଛେଦ ପଡ଼ିଯିବ | ଦେଖାଯାଉ ସରକାର ଆଉ ପ୍ରଶାସନ ଏହାର ସପୂର୍ଣ ସୁଦ୍ଧାର ଆଣିବେ କି ପୁଣି କଥା ଦେଇ ଭୁଲି ଯିବେ ଆଉ ଲୋକେ ଭକୁଆ ଭଳି ଚାହିଁ ରହିବେ ସେଇ ନିର୍ବାଚନ ସମୟ କୁ |

Leave a Reply

Your email address will not be published. Required fields are marked *