ଶହୀଦ ଲକ୍ଷ୍ମଣ ନାୟକ ଙ୍କ ବଳିଦାନ ଦିବସ ନବରଙ୍ଗପୁର ରେ ପାଳିତ
-ଶହୀଦ ଲକ୍ଷ୍ମଣ ନାୟକ ଙ୍କ ବଳିଦାନ ଦିବସ ନବରଙ୍ଗପୁର ପାଳିତ l ଦେଶ ର ଗର୍ବ ଓ ଗୌରବ ର ପ୍ରତୀକ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ଶହୀଦ ଲକ୍ଷ୍ମଣ ନାୟକ ଙ୍କ ବଳିଦାନ ଦିବସ ଆଜି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟ ରେ ପାଳିତ ହୋଇଛି। ନବରଙ୍ଗପୁର ଠାରେ ଥିବା ଶହୀଦ ଲକ୍ଷ୍ମଣ ନାୟକ ବିଦ୍ୟାପୀଠ ଠାରେ ଥିବା ବୀର ଶହୀଦ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା । ଅମର ବୀର ଶହୀଦ ଙ୍କ ପୁଣ୍ୟ ତିଥି ରେ ତାଙ୍କ ସ୍ମୃତି ଚାରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲପାଳ ଡଃ କମଳ ଲୋଚନ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋଳ ସମ୍ପର୍କ ଅଧିକାରୀ ହଳଧର ନିଆଲ ପ୍ରମୁଖ ଉପସ୍ଥିତ ଥିଲେ। ବୀର ଶହୀଦ ଲକ୍ଷ୍ମଣ ନାୟକ ଙ୍କୁ 1943 ମସିହା ମାର୍ଚ୍ଚ 29 ତାରିଖ ରେ ବ୍ରହ୍ମପୁର ଜେଲ ରେ ଫାଶୀ ଦିଆଯାଇଥିଲା।
