କୋଚିଳା ନଦୀବନ୍ଧରେ ୧୦୦ଫୁଟର ଭୂସ୍ଖଳନ
ଭଦ୍ରକ :୨/୧୧:- ଆଜି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଅର୍ଜ୍ଜୁନପୁର ପଂଚାୟତର ସଇଲବାଙ୍କ ନିକଟରେ କୋଚିଳା ନଦୀର ବାମପଟ ବନ୍ଧ ପ୍ରାୟ ୧୦୦ଫୁଟ ଭୂସ୍ଖଳନ ସୃଷ୍ଟି ହୋଇଛି।ଖବରପାଇଁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଦାସ ଘଟଣା ସ୍ଥଳରେ ପହଂଚି ଯୁଦ୍ଧ କାଳୀନ ଭିତରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଉକ୍ତ ବନ୍ଧଦେଇ ବିଭିନ୍ନ ସମୟରେ ବେଆଇନ୍ ଭାବରେ ବାଲିଗାଡ଼ି ଯାତାୟତ କରୁଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଲା ବୋଲି କନିଷ୍ଠଯନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି । ତେବେ ବିଭାଗୀୟ ଉଚ୍ଚସ୍ତରୀୟ ଅଧିକାରୀ ଏହି ସ୍ଥାନକୁ ଆସି ଉକ୍ତ ଘଟଣା ସମ୍ପର୍କରେ ତଦନ୍ତ କରିବେବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି ।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
