ଜଟଣୀରେ ଦନ୍ତ ପରୀକ୍ଷା ଶିବିର ଅନୁଷ୍ଠିତ
ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ରାମଚନ୍ଦ୍ର ପୁର ସ୍ଥିତ ଶ୍ରୀବତ୍ସ ପାଠାଗାର ଠାରେ ଏକ ଦନ୍ତ ପରୀକ୍ଷା ଶିବିର ଉଦ୍ଭବ ଫାଉଣ୍ଡେସନ୍ ତରଫରୁ ଆୟୋଜନ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଦନ୍ତ ପରୀକ୍ଷା ନିମନ୍ତେ ହାଇଟେକ୍ ଡେଣ୍ଟାଲ କଲେଜ ଆଣ୍ଡ ମେଡ଼ିକାଲ ଡାକ୍ତର କିଶନଜିତ ଦାଶ ଙ୍କ ସହ କଲେଜର ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ । ପ୍ରାୟ୫୦ ଉର୍ଦ୍ଧ୍ବ ଦନ୍ତ ରୋଗୀଙ୍କୁ ମୁକ୍ତ ଦେୟରେ ଦନ୍ତ ପରୀକ୍ଷା ସହ କିଛି ଉପଚାର ଭିତ୍ତିକ ଔଷଧ ମଧ୍ଯ ପ୍ରଦାନ କରାଯାଇଥିଲା ।ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କାର୍ଯ୍ୟକ୍ରମରେ ଯୋଗ ଦାନକରି ଯୁବକ ମାନଙ୍କ ଏହି ପ୍ରୟାସକୁ ପ୍ରସଂଶା କରିଥିଲେ । ଉଦ୍ଭବ ଫାଉଣ୍ଡେସନ ଅଧ୍ଯକ୍ଷ ଜୟସୁରଜ ପଟ୍ଟନାୟକ ଙ୍କ ସହ ରାଜେଶ୍ ସାହୁ,ଦିପକ୍ ସାହୁ,ମୋନାଲିସା ନାୟକ,ସଜିତା ଦାସ, ୟାସ୍ମିନ୍ ନାସିର୍,ସୂର୍ଯ୍ଯ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ-ଶୁଭେନ୍ଦ୍ର ଶତପଥୀ,ଜଟଣୀ।
