ରାଜ୍ୟଗୋଷ୍ଠୀ କ୍ରୀଡା ମଶାଲକୁ ପୁରୀରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା
ପୁରୀ– ବ୍ରିମିଙ୍ଗହମ ରାଜ୍ୟଗୋଷ୍ଠୀ କ୍ରୀଡା କ୍ବୁଇନ ବ୍ୟାଟନ ରିଲେ (ମଶାଲ)କୁ ଆଜି ପୁରୀରେ ସ୍ବାଗତ କରାଯାଇଛି। ଏହି ମଶାଲକୁ ପ୍ରଥମେ ଡାକ୍ତରଖାନା ଛକ, ବଳଗଣ୍ତି, ମାର୍କେଟ ଛକ, ବିଗବଜାର, ମର୍ଚ୍ଚିକୋଟ, ସିଂହଦ୍ବାରରେ ପ୍ରଶାସନ ଓ କ୍ରିଡା ପ୍ରେମୀ ମାନେ ସ୍ବାଗତ କରିଥିଲେ। ଏହି ଅବସରରେ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଓ କ୍ରୀଡାବିତ ମାନେ ସାମିଲ ହେଇଥିଲେ । ଏହାପରେ ଏହି ମଶାଲକୁ ବ୍ଲୁଫ୍ଲାଗ ବିଚରେ ସ୍ବାଗତ କରାଯାଇଥିଲା । ପରେ ପରେ ଏହି ମଶାଲ କୋଣାର୍କରେ ପହଞ୍ଚିବା ପରେ ଏହା ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଥିଲା । ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭ ପୂର୍ବରୁ ଏହି ମଶାଲକୁ ରାଜ୍ୟଗୋଷ୍ଠୀର ସଦସ୍ୟ ଥିବା ସମସ୍ତ ରାଷ୍ଟ୍ରରେ ପରିଭ୍ରମଣ କରାଯାଇଥାଏ। ଚଳିତବର୍ଷ ଜୁଲାଇ ମାସରେ ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭ ହେଉଥିବାରୁ ଏହି ମଶାଲ କୁ ପୁରୀ ଅଣାଯାଇଛି।
ବାଇଟ- ଦୂତି ଚାନ୍ଦ, କ୍ରିଡାବିତ୍
