ବାଇକ ଦୁର୍ଘଟଣାରେ ୩ ଗୁରୁତର
କାମାକ୍ଷାନଗର-ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ଢୋଲଖମଣଠାରେ ଏକ ବାଇକ ଦୁର୍ଘଟଣାରେ ୩ ଜଣ ଗୁରୁତର ଭାବେ ଆହତ ହୋଇ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନରେ ଭର୍ତ୍ତି ହୋଇଛନ୍ତି। କଙ୍କଡ଼ାହାଡ଼ ଥାନାର ମକୁଆ କାଟେଣୀ ପଂଚାୟତ ର ରାଗଡୀସାହିର ଟାର୍ଜନ ଗାଗରାଇ (୧୮) ରାଜୁ ଗାଗରାଇ (୧୭), ମିଥୁନ ବାଲମୋଚା (୩୨) ଏକ ବାଇକ ଯୋଗେ କଣ୍ଟାପାଳ ଯାଉଥିଲେ। ଯିବା ସମୟରେ ଭାରଶ୍ୟାମ ହରାଇ ଢୋଲଖମନ ଛକ ନିକଟରେ ଏକ ପୋଲରେ ବାଇକଟି ଧକ୍କା ହୋଇଥିଲା। ଫଳରେ ବାଇକ ରେ ଥିବା ୩ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ସେବା ଯୋଗେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ସେଠାରେ ଅବସ୍ଥା ଶଙ୍କଟାପର୍ଣ୍ଣ ହେବାରୁ ୩ ଜଣଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ରିପୋର୍ଟ- ପ୍ରକାଶ କୁମାର ପାତ୍ର।
