ହାଥୀ ପଲ ଉଜାଡି ଦେଲେ ଉଷା ମଲ୍ଲୀଙ୍କ ଙ୍କ ବାସଗୃହ
କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ରଣବା ପଂଚାୟତ ର ସାହାଯଖାଲ (ମଦୁକେତା )ଗ୍ରାମର ଉଷା ମଲ୍ଲିଙ୍କ ଙ୍କ ଘରେ ପ୍ରାୟ ରାତ୍ର 11ଟା ଘଂଟିକା ସମୟରେ ହାତୀ ପଲ ଆସି ଉଷା ଙ୍କ ଝାଟି ମାଟି ଘରେ ପ୍ରବେଶ କରିବା କାରଣ ରୁ ଘର ଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଅଛି l ଉଷା ରାତ୍ର ପ୍ରାୟ 7 ଘଂଟିକା ସମୟ ରେ ପିଲାମାନଙ୍କୁ ଖାଇବା ପିଇବା ଦେଇ ଶୋଇ ପଡ଼ିଥିଲେ।

ହଠାତ ରାତ୍ରି ସମୟ ରେ ହାତୀ ପଲ ଆସି ଘର ଟି କୁ ଭାଙ୍ଗି ଧାନ ଚାଉଳ ସବୁ ନଷ୍ଟ କରି ଫିଙ୍ଗା ଫୋପଡା କରି ଦେଇ ଥିବା ବେଳେ ଏବେ ଉଷା ବାସ ହରା ହେଇଯାଇଛନ୍ତି.।ଛୋଟ ଛୋଟ ପିଲାମାନଙ୍କୁ ନେଇକି ରହିବେ କେଉଁଠି ବୋଲି ଚିନ୍ତା ରେ।ଉଷା ଙ୍କ ସ୍ୱାମୀ ସ୍ବର୍ଗତ ବିଧାନ ମଲ୍ଲିଙ୍କ କିଛି ଦିନ ପୂର୍ବେ ଆର ପାରିକି ଚାଲି ଯାଇଛନ୍ତି ସାହା ଭରଷା କୁ କେହିନାହାନ୍ତି l ସେପଟେ ଖବର ପାଇ ପୂର୍ବତନ ସରପଞ୍ଚ ଭିକାରି ମଲିଙ୍କ କିଛି ଲୋକଙ୍କୁ ନେଇ ସ୍ଥାନୀୟ ଜାଗା ରେ ପହଁଚି ଉଷା ଙ୍କ ଭଲମନ୍ଦ ବୁଝାସୁଝା କରିବା ସହିତ ସରକାରୀ ସହାୟତା ସକାଶେ ଆଶ୍ୱାସନା ଦେଇଛନ୍ତି।
