ଉମରକୋଟ ବନ ବିଭାଗ ଦ୍ବାରା ଏକ ଭାଲୁ ଛାଲ ଜବତ

ନବରଙ୍ଗପୁର ଜିଲ୍ଲା ଉମରକୋଟ ବନ ବିଭାଗ କୁ ମିଳିଛି ଏକ ବଡ଼ ସଫଳତା । ଭାଲୁ ଛାଲ ଘରେ ରଖିଥିବା ଖବର ପାଇ ଧରିବାରେ ସଫଳ ହୋଇଛି ବନ ବିଭାଗ ର ଟିମ୍ । ସୂଚନା ଅନୁସାରେ ରାଇଘର ବ୍ଲକ ଅନ୍ତର୍ଗତ ଚିଙ୍ଗୁଡି ଭଟା ଗ୍ରାମ ଖରକା ସେକ୍ସନ ର ଶୁକ ଦେବ ଗଣ୍ଡ ଓ ରଇନୁ ଗଣ୍ଡ ନାମକ ଦୁଇଜଣ ବ୍ୟକ୍ତି ନିଜ ଘରେ ରଖିଥିଲେ ଏକ ଭାଲୁ ଛାଲ। ବନ ବିଭାଗର 6 ଜଣିଆ ଟିମ ସୁକଦେଵ ଓ ରଇନୁ କୁ ଉମରକୋଟ ରେଞ୍ଜର ଦେବସ୍ମିତା ସାହୁଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଚିଙ୍ଗୁଡ଼ି ଭଟ୍ଟା ଗ୍ରାମର ସୁକଦେଵ ଙ୍କ ଘରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଭାଲୁ ଛାଲ ସହିତ ସୁକଦେଵ ଗଣ୍ଡ ଓ ରାଇନୁ ଗଣ୍ଡ ଙ୍କୁ ମଧ୍ୟ ଗିରଫ କରିଛି ବନ ବିଭାଗ। ଧାରା 1972 ଅନୁସାରେ ବେଆଇନ ଭାବେ ଭାଲୁ ଛାଲ ଓ ପଞ୍ଝା ଘରେ ରଖିଥିବା ଯୋଗୁଁ ଅଭିଯୁକ୍ତ ସୁକଦେଵ ଗଣ୍ଡ ଓ ରାଇନୁ ଗଣ୍ଡ ଙ୍କୁ ପଚରା ଉଚରା ପରେ କୋର୍ଟ ଚାଲାଣ କରାଯାଇଛି ବୋଲି ପ୍ରକାଶ କରିଛନ୍ତି ରେଞ୍ଜର ଦେବସ୍ମିତା ସାହୁ!

Leave a Reply

Your email address will not be published. Required fields are marked *