ପୁରୀରେ ଓଡିଶା ସର୍ଭିସ ସେଣ୍ଟର ଫର ଦି ଦିବ୍ୟାଙ୍ଗ ପିପୁଲସ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନର ମିଳିତ

ପୁରୀରେ ଓଡିଶା ସର୍ଭିସ ସେଣ୍ଟର ଫର ଦି ଦିବ୍ୟାଙ୍ଗ ପିପୁଲସ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନର ମିଳିତ ଆନୁକୂଲ୍ୟରେ ସାଂସ୍କୃତିକ ଓ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଉଦଘାଟିତପୁରୀ : ପୁରୀର ପବିତ୍ର ମାଳି ଜାଗାଠାରେ ‘ଓଡିଶା ସର୍ଭିସ ସେଣ୍ଟର ଫର ଦି ଦିବ୍ୟାଙ୍ଗ ପିପୁଲସ’ ଏବଂ ‘ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆ’ର ମିଳିତ ଆନୁକୂଲ୍ୟରେ ଏକ ଭବ୍ୟ ଉଦଘାଟନ, ସମ୍ବର୍ଦ୍ଧନା ଉତ୍ସବ ଏବଂ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ “ସ୍ନାନ ଯାତ୍ରା ରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ” ଶୀର୍ଷକ ଆଲୋଚନା ଚକ୍ର ସହ ଦୃଷ୍ଟି ବାଧିତ ପିଲାମାନଙ୍କ ଦ୍ୱାରା ଚିତ୍ତାକର୍ଷକ ଭଜନ, କଥାମୃତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏହି ସାରସ୍ୱତ ଉତ୍ସବକୁ ପୁରୀର ମାନ୍ୟବର ଲୋକସଭା ସଦସ୍ୟ ଶ୍ରୀଯୁକ୍ତ ସମ୍ବିତ ପାତ୍ର ମୁଖ୍ୟ ଉଦଘାଟକ ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିସହ ପ୍ରଧ୍ୟାପକ ଓ ଦେଉଳ

ପୁରୋହିତ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ ଡ଼. ବଳରାମ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଜଗନ୍ନାଥ ସଂସ୍କୃତି ଓ ଦିବ୍ୟାଙ୍ଗ ସେବାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ।ସମ୍ମାନୀୟ ବକ୍ତା ଭାବେ ଡ଼. ପ୍ରଦୀପ ଆଚାର୍ଯ୍ୟ ଏବଂ ଡ଼. ଶଶିକାନ୍ତ ରଥ ଯୋଗଦେଇ ସ୍ନାନଯାତ୍ରାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଗୁପ୍ତ ନୀତି ଓ ଲୀଳା ସମ୍ପର୍କରେ ତାତ୍ତ୍ୱିକ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଦୃଷ୍ଟି ବାଧିତ ପିଲାମାନଙ୍କ ମଧୁର କଣ୍ଠରୁ ନିସୃତ ଭଜନ ଓ ଜଗନ୍ନାଥ କଥାମୃତ ଉପସ୍ଥିତ ଶ୍ରୋତା ଓ ଭକ୍ତମାନଙ୍କୁ ବିମୋହିତ କରିଥିଲା।ଓଡିଶା ସର୍ଭିସ ସେଣ୍ଟର ଫର ଦି ଦିବ୍ୟାଙ୍ଗ ପିପୁଲସର ସଭାପତି ଶ୍ରୀ ଭବାନୀ ଶଙ୍କର ପାଢ଼ୀ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆର ସଭାପତି ଡ଼. ନାରାୟଣ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ସହଯୋଗରେ ଏହି ସମଗ୍ର କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଭା ସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *