ନାବାଳକ ପିଲା ଜେଜେ କୁ ଠେଲା ଗାଡ଼ିରେ ଠେଲି କରୁଛି ଭିକ୍ଷାବୃତ୍ତି

ନାବାଳକ ପିଲା ଜେଜେ କୁ ଠେଲା ଗାଡ଼ିରେ ଠେଲି କରୁଛି ଭିକ୍ଷାବୃତ୍ତି ।ସରକାର ଙ୍କ ସାହାଯ୍ୟ ଦାବି ।ନୟା ହାଟ :- ୦୨/୧୦ ( ) କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବ ନିରୀହ ଲୋକ ମାନଙ୍କ ପାଇଁ ମାଳ ମାଳ ଯୋଜନା ଥିଲା ବେଳେ ଏହି ଯୋଜନା ପକୃତ ନିରୀହ ଗରିବ ପାଖରେ ପହଞ୍ଚୁ ନାହଁ ।ଯାହା ଫଳରେ ନିରୀହ ଗରିବ ଲୋକ ପେଟ ଚାଖଣ୍ଡ ପାଇଁ ଜୀବନ ବଞ୍ଚାଇବା ଲାଗି ଭିକ୍ଷାବୃତ୍ତି କରିବାକୁ ବାଧ୍ୟ ହେଉଛନ୍ତି । ଆମ ପ୍ରତିନିଧି ଯିବା ବାଟରେ ହଟାତ ନଜର ପଡିଥିଲା ଏକ ନିରୀହ ଛୋଟ ବାଳକ ତାର ୭୦ ବର୍ଷର ଅଜାକୁ ଏକ ଠେଲା ଗାଡ଼ିରେ ଠେଲି ନେଇ ଗାଁ ଗାଁ ବୁଲି ଭିକ୍ଷା କରୁଥିବା ନଜରକୁ ଆସିଥିଲା । ପରେ ସମସ୍ୟା ଉପରେ ଆମ ପ୍ରତିନିଧି ବୁଝିଥିଲେ । ପ୍ରାପ୍ତ ଖବରରୁ ପ୍ରକାଶ ଯେ କାକଟପୁର ବ୍ଲକ ଅନ୍ତର୍ଗତ କୁଣ୍ଢେଇ ପଞ୍ଚାୟତ ର ଛୋଟ ରାୟ ପୁର ଗ୍ରାମର ମହେଶ୍ବର ପାତ୍ର ବୟସ ୭୦ ରୁ ଉର୍ଦ୍ଧ୍ବ ନାତି ଆଶିଷ ପାତ୍ର ବୟସ ( ୮ )।ଯେଉଁ ବୟସରେ ଆଶୀଷ ପାଠ ପଢା ସହିତ ଖେଳକୂଦ କରିବା କଥା ସେହି ବୟସରେ କରୁଛି ଭିକ୍ଷାବୃତ୍ତି । ଅର୍ଥ ଅଭାବ ରୁ ପିଲାଟି ଭଲ ବସ୍ତ୍ର ପିନ୍ଧିବା , ଭଲ ଚପଲ ବିନ୍ଧିବା ଦୋକାନକୁ ମନ ପସନ୍ଦିଆ ଚକେଲେଟ ,ବିସ୍କୁଟ କିଣି ଖାଇବା ତାର ପାଖରେ ସାତ ସପନ ପାଲଟିଥିବା ବେଳେ ଜୀବନର ପ୍ରଥମ ପାହାଚରେ କରୁଛି ଭିକ୍ଷାବୃତ୍ତି । ଖାଲି ପାଦରେ ଚାଲି ଚାଲି ଅଜା କୁ ନେଇ ଠେଲା ଗାଡି ପେଲି ଗାଁ ଗାଁ ବୁଲି ଭିକ୍ଷା କରୁଛି ଛୋଟ ବାଳକ ଆଶିଷ । ନା ମନରେ ଅଛି ଖୁସି ନା ଆନନ୍ଦ । ଗାଁରେ ଭିକ୍ଷା କରିବା ସମୟରେ କିଏ ଦୟା ଦେଖାଇ ବିସ୍କୁଟ ଦେଲା ବେଳେ କିଏ ଦେଉଛି ଚକଲେଟ । କିଏ ସ୍ନେହରେ ମୁଣ୍ଡରେ ହାତ ମାରି ଦେଉଥିବା ବେଳେ କିଏ ଆଉଁସି । କିଏ ଦଶ ଟଙ୍କା ଦେଉଥିବା ବେଳେ କିଏ ଦେଉଛନ୍ତି ପାଞ୍ଚ ଟଙ୍କା । ବୃଦ୍ଧା ମହେଶ୍ବର ର ନାହିଁ ରାସନ କାର୍ଡ କି ନାହିଁ ଭତାବି ମିଳିନାହିଁ । କାକଟପୁର ଅଞ୍ଚଳର ଜଣେ ସହୃଦୟ ବ୍ୟକ୍ତି ତିନି ଚକିତ ଠେଲା ଗାଡି ଖଣ୍ଡେ ଦେଇଥିବାରୁ ଯିବା ଆସିବା ରେ ସାହାଯ୍ୟ କରୁଛି ।ଯେଉଁ ଦିନ ଭିକ୍ଷା କଲେ ଚଳନ୍ତି ଦୁଇ ପ୍ରାଣୀ ନ କଲେ ଉପାସରେ ଶୋଇ ପଡ଼ନ୍ତି ଅଜା ନାତି । ସରକାର ଙ୍କ କୌଣସି ଯୋଜନା ପାଉନାହାନ୍ତି ବୋଲି କହିଛନ୍ତି ବୃଦ୍ଧା ମହେଶ୍ବର । କିନ୍ତୁ ଦୁଃଖର ବିଷୟ ସରକାର ଙ୍କ ଗରିବ ଯୋଜନା କାହାପାଇଁ । ଏହି ବୁଢ଼ା ବୟସରେ ଆଠ ବର୍ଷ ର ନାତିର ସାହାଯ୍ୟ ରେ ବିଭିନ୍ନ ଗ୍ରାମରେ ବୁଲି ଭିକ୍ଷାବୃତ୍ତି କରି ଚଳନ୍ତି ଦୁଇ ପରିବାର ।ଏହି ବୁଦ୍ଧା କୁ କାକଟପୁର ବ୍ଲକ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସାହାଯ୍ୟ ସହଯୋଗ କଲେ ଦୁଇ ପରିବାର ବଞ୍ଚିବା ସହିତ କୁନି ପିଲାର ମୁହଁରେ ଖୁସି ଫେରିଯାଆନ୍ତା ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ।

ନୟା ହାଟ – ରଶ୍ମିରଞ୍ଜନ ସାହୁ

Leave a Reply

Your email address will not be published. Required fields are marked *