ଶ୍ରୀକ୍ଷେତ୍ର ଲକ୍ଷ୍ମୀ ପ୍ରତିଯୋଗିତା

ଗୁରୁବାର ଦିନ ଜମାର ସୁଆଁ ଠାରେ, ଆରମ୍ଭ ଅନୁଷ୍ଠାନ ପକ୍ଷରୁ ଆରମ୍ଭ 2024 ର ପୁରୀ ସଦର ୩୦ ଗୋଟି ପଞ୍ଚାୟତ କୁ ଧରି ଚାଲିଥିବା “ଶ୍ରୀକ୍ଷେତ୍ର ଲକ୍ଷ୍ମୀ” ପ୍ରତିଯୋଗିତା ର ବାର ତମ ପୁରୀ ସଦର ଜମାର ସୁଆ ଗ୍ରାମ ପଞ୍ଚାୟତ ର ଚାରିଶ୍ରୀ ଗ୍ରାମ ତୋଟା ସାହି ଠାରେ ସଙ୍ଗୀତ, ନୃତ୍ୟ,ଝୋଟି, ହୂଳହୁଳି, ଆଧ୍ୟାତ୍ମିକ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ପୂର୍ଣ୍ଣ ସମାପନ କରାଯାଇଛି।ଏହି ପ୍ରତିଯୋଗିତା ସମସ୍ତ ୩୦ ଗୋଟି ପଞ୍ଚାୟତ ରେ କରାଯିବ । ସବୁ ପଞ୍ଚାୟତ ରେ ଭାଗନେଇଥିବା କୃତ୍ତି ପ୍ରତିଯୋଗୀ ମାନଙ୍କୁ ଆସନ୍ତା ଜାନୁଆରୀ 2024 ରେ ହେବାକୁ ଥିବା ଆରମ୍ଭ ର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ପୁରସ୍କୃତ କରାଯିବ।ଆଜିର କାର୍ଯ୍ୟକ୍ରମ ରେ ଅତିଥି ଭାବେ ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ଖୁଣ୍ଟିଆ ,ସଦର ବ୍ଲକ ଚେୟାରମେନ ଶ୍ରୀଯୁକ୍ତ ଦିବାକର ପାତ୍ର, କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର୍ ମିଶ୍ର,ଯୁବ ସମାଜସେବୀ ଅଭିନାସ ମିଶ୍ର, ଓ ସୁବର୍ଣ୍ଣ ଅଳଙ୍କାର ତରଫରୁ ଅଭିଷେକ ବିନାନି ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ।ଏଥିରେ ଜାତୀୟ ଚଳଚିତ୍ର ପୁରସ୍କାର ପ୍ରାପ୍ତ ଶ୍ରୀଯୁକ୍ତ ଆଶୁତୋଷ ପଟ୍ଟନାୟକ, ଉପ ସଭାପତି ସମୀର୍ କୁମାର ଶତପଥୀ,ସମ୍ପାଦକ ଦେବାଶିଷ ସିଂ,ରାକେଶ ଜେନା,ସୋମ୍ୟରଞ୍ଜନ ମିଶ୍ର,ଗଣେଶ୍ୱର ଦାସ୍,ପ୍ରଭୁପାଦ ମହାପାତ୍ର, ରବୀନ୍ଦ୍ର ଆଚାର୍ଯ୍ୟ,ଆଶିଷ ବେହେରା, ବିଶ୍ୱଜିତ୍ ଦାସ୍,ସୁଜିତ୍ ରାଉତରାୟ, ଜ୍ୟୋତି ରଞ୍ଜନ ମେକାପ, ପ୍ରଣୟ କୁମାର ରଣସିଂହ, ସନ୍ତୋଷ କୁମାର ବିନ୍ଧାଣି, ଆଶିଷ ବେହେରା, ଅଭିନାସ୍ ସାହୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *